ମାସିକ ରାଶିଫଳ - ଅଗଷ୍ଟ ୨୦୨୬
ଶ୍ରାବଣ କୃଷ୍ଣ ପକ୍ଷ, ତୃତୀୟା
ମେଷ:
ଚଳିତ ମାସର ଲଗ୍ନାଧିପତି ମଙ୍ଗଳ ଶୁକ୍ରଙ୍କ ଗୃହ ବୃଷ ରାଶିରେ ମାସ ଆରମ୍ଭରୁ ଗୋଚର କରିବେ। ଛୋଟ ମୋଟ ଶାରୀରିକ ଅସୁସ୍ଥତା ଦେଖାଦେବ। ସ୍ତ୍ରୀ, ମା ଙ୍କର ସ୍ୱାସ୍ଥ୍ୟ ଗତ ଚିନ୍ତା ଦେଖାଦେବ। ପୌରୁଷ ଗତ ସମସ୍ଯା ଦେଖାଦେବ। ମନରେ ନାନାଦି ଭାବନା ବ୍ୟସ୍ତ କରିବ। ଅର୍ଥ ଚିନ୍ତା ରହିବ। କେତେକ ଦିଗରୁ ଆର୍ଥିକ ଲାଭ ହୋଇବ। ସନ୍ତାନ ମାନଙ୍କ ପାଇଁ ଚିନ୍ତିତ ରହିବେ। ମା ମାନଙ୍କର ଦେଖା ରେଖାରେ ସନ୍ତାନ ମାନେ ବିଦ୍ୟାରେ ଭଲ ପ୍ରଦର୍ଶନ କରିପାରିବେ। ମାସର ଅର୍ଦ୍ଧ ଭାଗ ପରେ ପରିବାରରେ ଶାନ୍ତି ଲାଭ ହୋଇବ। ପ୍ରତିଦିନିଆ କର୍ମରେ ସତର୍କ ରହିବା ଆବଶ୍ୟକ ହୋଇବ। ଛୋଟ ମୋଟ ଦୁର୍ଘଟଣା ହୋଇପାରେ। ସମ୍ପତ୍ତି ବାଡିକୁ ନେଇ ପରିବାରରେ ଅଶାନ୍ତି ଦେଖାଦେଇ ପାରେ। ଶତ୍ରୁ ମାନଙ୍କ ଉପରେ ପ୍ରଭାବ ବିସ୍ତାର କରିପାରିବେ। କର୍ମ କ୍ଷେତ୍ରରେ ଛୋଟ ମୋଟ ସମସ୍ଯା ଓ ଅପବାଦର ଯୋଗ ରହିଛି। ଦକ୍ଷିଣ ଦିଗରୁ ବ୍ୟବସାୟରେ ଅର୍ଥ ଲାଭ ହୋଇପାରିବ। ମହିଳା ମାନେ ସୁଖୀ ହୋଇବେ। ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ।
ଶୁଭ ଦିନ: ୧, ୨, ୩, ୪, ୫, ୬, ୯, ୧୦, ୧୧, ୧୩, ୧୫, ୧୬, ୧୭, ୧୯, ୨୩, ୨୪, ୨୫, ୨୬, ୨୭, ୨୮, ୨୯, ୩୦, ୩୧
ବୃଷ:
ଚଳିତ ମାସରେ ଲଗ୍ନାଧିପତି ଶୁକ୍ର ୪ର୍ଥ ଭାବରେ ଶୁକ୍ର, କେତୁଙ୍କ ସହ ଯୁକ୍ତ ହୋଇ ଗୋଚର କରୁଥିବାରୁ ମୁଣ୍ଡ ବିନ୍ଧାରେ କଷ୍ଟ ପାଇବାର ସମ୍ଭାବନା ରହିଛି। ଛୋଟ ମୋଟ ପେଟରେ ସମସ୍ଯା ଦେଖାଦେବ। ହଜମ ଓ ଗ୍ଯାସ ହୋଇପାରେ। ଶରୀର ପ୍ରତି ଚିନ୍ତା ବୃଦ୍ଧି ପାଇବ। ମନରେ ଭୟ ବୃଦ୍ଧି ପାଇବ। ବୟସ୍କ ଲୋକଙ୍କର ସ୍ୱାସ୍ଥ୍ୟ ଚିନ୍ତା ବ୍ୟସ୍ତ କରିବ। ମାତାଙ୍କ ପାଇଁ କଷ୍ଟ ଭୋଗ କରି ପାରନ୍ତି। ପରିବାରରେ ଅଶାନ୍ତି ଦେଖାଦେବ। ଆର୍ଥିକ ସମସ୍ଯା ରହିବ। ଦୂର ଯାତ୍ରାରେ ସମସ୍ଯା ଦେଖାଦେଇପାରେ। ସନ୍ତାନର ଖୁସିରେ ଖୁସି ହୋଇବେ। ନୂତନ ଭୂମି କ୍ରୟ କରିବାର ସୁଯୋଗ ପ୍ରାପ୍ତି ହୋଇ ପାରେ। ବନ୍ଧୁ ମାନଙ୍କ ସହ ଛୋଟ ମୋଟ କଥାକୁ ନେଇ ମତାନ୍ତର ଦେଖାଦେଇ ପାରେ। କର୍ମ ଦିଗରେ ସମସ୍ଯା ଦେଖାଦେବ। ବ୍ୟବସାୟରେ କଟୁ ବଚନ ପ୍ରୟୋଗ କରିପାରନ୍ତି। କର୍ମ କ୍ଷେତ୍ରରେ ଦାୟିତ୍ଵ ସୁ ସମ୍ପାଦନ କରି ସମ୍ମାନ ଲାଭ କରି ପାରିବେ। ବ୍ୟବସାୟରେ ଅର୍ଥ ଲାଭ ହୋଇବ। ବକେୟା ଅର୍ଥ ଲାଭ କରିପାରନ୍ତି। ଗୃହରେ ଥିବା ବୟୋଜେଷ୍ଠ ଲୋକଙ୍କର ସ୍ଵାସ୍ଥ୍ୟକୁ ନେଇ ବିଚଳିତ ହୋଇପାରନ୍ତି। ମହିଳାମାନେ ପାରିବାରିକ ଅଶାନ୍ତି ଯୋଗୁ ବ୍ୟସ୍ତ ରହିବେ। ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ।
ଶୁଭ ଦିନ: ୧, ୨, ୩, ୭, ୮, ୧୨, ୧୩, ୧୫, ୧୬, ୧୭, ୧୯, ୨୦, ୨୧, ୨୨, ୨୪, ୨୫, ୨୬, ୨୮, ୨୯, ୩୦, ୩୧
ମିଥୁନ:
ଚଳିତ ମାସରେ ଲଗ୍ନାଧିପତି ବୁଧ ସ୍ଵ ଗୃହି ହୋଇ ରହିବେ। ଚଳିତ ମାସରେ ସ୍ୱାସ୍ଥ୍ୟ ଠିକ ରହିବ। ମନ ପ୍ରଫୁଲ୍ଲ ରହିବ। ନିଜର ଦୈନଦିନ କର୍ମକୁ ସୁ ସମ୍ପାଦନ କରିପାରିବେ। ନିଜର କର୍ମକୁ ଉତ୍ସାହର ସହିତ ସମ୍ପାଦନ କରିବେ। ମନ ଆନନ୍ଦ ରହିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ପରିବାରରେ ସନ୍ତାନ ମାନଙ୍କ ପାଇଁ ଚିନ୍ତା ବୃଦ୍ଧି ହୋଇପାରେ। ଚାକିରୀ ପାଇଁ ଚେଷ୍ଟିତ ଥିବା ବ୍ୟକ୍ତି ମାନେ ଚେଷ୍ଟା ଜାରି ରଖିଲେ ଅର୍ଥ ପ୍ରାପ୍ତି ହୋଇପାରେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରିବେ। ମାଲି ମକଦ୍ଧମାରେ ବିଜୟ ଲାଭ କରିପାରିବେ। ଉପସ୍ଥିତ ବୁଦ୍ଧି ଦ୍ଵାରା ପାରିବାରିକ ସମସ୍ୟାର ସମାଧାନ କରିପାରିବେ। କାର୍ଯ୍ୟ କରୁଥିବା ସମୟରେ ସମୟକୁ ନଜର ରଖି କାର୍ଯ୍ୟ କରିବାକୁ ପଡିବ, ନଚେତ କାର୍ଯ୍ୟରେ ବିଳମ୍ବ ହୋଇବ। ପରିବାରରେ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖାଦେବ। ଚାକିରୀ କ୍ଷେତ୍ରରେ ଉନ୍ନତି କରିପାରିବେ। ବ୍ୟବସାୟରେ ଲାଭବାନ ହୋଇପାରିବେ। ମହିଳାମାନେ ଧର୍ମ ପରାୟଣ ହୋଇ ଧର୍ମ ଆଚରଣ କରିବେ। ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ଚେଷ୍ଟା ରତ ରହିବେ।
ଶୁଭ ଦିନ: ୨, ୩, ୪, ୫, ୬, ୭, ୮, ୯, ୧୦, ୧୧, ୧୨, ୧୩, ୨୦, ୨୧, ୨୨, ୨୩, ୨୯, ୩୦, ୩୧
କର୍କଟ:
ଚଳିତ ମାସ ଆରମ୍ଭରୁ ଲଗ୍ନାଧିପତି ଚନ୍ଦ୍ର ୮ମ ଭାବରେ ଗୋଚର କରିବେ।ଚଳିତ ମାସରେ ସ୍ଵାସ୍ଥ୍ୟର ଚିନ୍ତା ବୃଦ୍ଧି ପାଇବ। ମାନସିକ ପୀଡା ଭୋଗ କରିବେ। ଥଣ୍ଡା, ଏଲେର୍ଜିକ, ମୁଣ୍ଡବିନ୍ଧା ଆଦି ସମସ୍ଯା ଦେଖାଦେବ। ମନରେ ଉତ୍ସାହ କମ ହୋଇବ। ଚାକିରୀ ପାଇଁ ଚେଷ୍ଟା ରତ ରହିଥିବା ବ୍ୟକ୍ତି ମାନେ ଚେଷ୍ଟା କଲେ ସଫଳତା ଲାଭ ହୋଇବ। କର୍ମ କ୍ଷେତ୍ରରେ ସଫଳତା ଲାଭ କରିପାରିବେ। ଚାକିରୀ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କର ସହଯୋଗ ଲାଭ କରି ଖୁସି ହୋଇବେ। ପରିବାରରୁ ଅର୍ଥ ଲାଭ ହୋଇବ। କର୍ମ କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି। ନିଜର ବୁଦ୍ଧି ଓ ବିଶ୍ବାସ ବଳରେ ଉନ୍ନତି କରିବେ। ବ୍ୟବସାୟରେ ପୂର୍ବ, ଦକ୍ଷିଣ କୋଣରୁ ଅର୍ଥ ଲାଭ ହୋଇବ। ମାତାଙ୍କର ସମସ୍ୟାକୁ ନେଇ ବ୍ୟସ୍ତ ହୋଇପାରନ୍ତି। ଭାଇ, ଭଉଣୀ ମାନଙ୍କର ସହଯୋଗ ଲାଭ ହୋଇବ। ନୂତନ ଦ୍ରବ୍ୟ ଲାଭର ଯୋଗ ରହିଛି। ଶିଳ୍ପ ଅନୁଷ୍ଠାନ ମାନଙ୍କର କର୍ମଚାରୀଙ୍କର ଅସନ୍ତୋଷ ବୃଦ୍ଧି ପାଇବ। ମହିଳା ମାନେ ଭ୍ରମଣ କରିବାରେ ସୁଯୋଗ ପାଇବେ। ବିଦ୍ୟାର୍ଥୀ ମାନେ ଉନ୍ନତି କରିବେ।
ଶୁଭ ଦିନ: ୪, ୫, ୬,୯, ୧୦, ୧୧, ୧୨, ୧୩, ୧୫, ୧୬, ୧୭, ୧୯, ୨୦, ୨୧, ୨୨, ୨୩, ୨୬, ୨୭, ୨୮
ସିଂହ:
ଚଳିତ ମାସରେ ଲଗ୍ନାଧିପତି ରବି ୧୨ଶ ଭାବ କର୍କଟ ରାଶିରେ ଗୋଚର କରିବେ। କର୍କଟ ରାଶିରେ ବୃହସ୍ପତିଙ୍କର ଉପସ୍ଥିତି ସିଂହ ରାଶିକୁ ଶୁଭ ଫଳ ପ୍ରଦାନ କରିବ। ମାସ ଆରମ୍ଭରୁ ଛୋଟ ମୋଟ ଶାରୀରିକ ସମସ୍ଯା ଦେଖାଦେବ। ଶାରୀରିକ କଷ୍ଟ ଅପେକ୍ଷା ମାନସିକ କଷ୍ଟ ଅଧିକ ହୋଇବ। ବିଭିନ୍ନ ଦିଗ ଦେଇ ଅର୍ଥ ବ୍ୟୟ ହୋଇବ। ସନ୍ତାନ ମାନଙ୍କର ପଢାପଢିରେ ଅଧିକ ଅର୍ଥ ବ୍ୟୟ ହୋଇପାରେ। ପରିବାରରେ ଶାନ୍ତି ବୃଦ୍ଧି ପାଇବ। ପରିବାରର ଉନ୍ନତି ପାଇଁ ଚେଷ୍ଟା ରତ ରହିବେ। ସାମାଜିକ କାର୍ଯ୍ୟରେ ସମ୍ମାନ ଲାଭ ହୋଇବ। ଚାକିରୀ କ୍ଷେତ୍ରରେ ବହୁ ସମସ୍ୟାର ସମୁଖୀନ ହୋଇ ମଧ୍ୟ ସଫଳତା ଲାଭ କରିପାରିବେ। ବ୍ୟବସାୟରେ ଲାଭବାନ ହୋଇପାରିବେ। ଜମିବାଡି ସମସ୍ୟାକୁ ନେଇ ଗଣ୍ଡଗୋଳ ଦେଖା ଦେଇପାରେ। ମାତାଙ୍କର ସ୍ୱାସ୍ଥ୍ୟ ଖରାପ ରହିବ। ମହିଳାମାନେ ସାମାଜିକ କାର୍ଯ୍ୟରେ ମନ ଦେବେ। ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ।
ଶୁଭ ଦିନ: ୧, ୭, ୮, ୯, ୧୦, ୧୧, ୧୫, ୧୬, ୧୭, ୧୯, ୨୩, ୨୪, ୨୫, ୨୬, ୨୭, ୨୮
କନ୍ୟା:
ଚଳିତ ମାସରେ ଲଗ୍ନାଧିପତି ବୁଧ ଦଶମ ଭାବରେ ଗୋଚର କରିବେ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ମନ ପ୍ରଫୁଲ୍ଲ ରହିବ। କର୍ମ କ୍ଷେତ୍ରରେ ଉତ୍ସାହର ସହିତ କାର୍ଯ୍ୟ ସମ୍ପାଦନ କରିବେ। ପରିବାରର ଉନ୍ନତି ପାଇଁ ପଦକ୍ଷେପ ନେବେ। ସଫଳତା ଲାଭ କରିବେ। ସଙ୍ଗୀତ, କଳା, ସାହିତ୍ୟ ଆଦି କ୍ଷେତ୍ରରେ ସଫଳତା ଲାଭ କରିପାରିବେ। ମାଲି ମକଦ୍ଧମାରେ ଆଂଶିକ ଫଳ ଲାଭ ହୋଇ ପାରିବ। ଶ୍ଵଶୁର ଘର ସହିତ ମତ ଭେଦ ହୋଇପାରେ। ବନ୍ଧୁ ବାନ୍ଧବ ମାନଙ୍କ ଠାରୁ ଅପବାଦ ଶୁଣିବାକୁ ପଡିପାରେ। ପରିବାରରେ ଶାନ୍ତି ରହିବ। ଚାକିରୀ କ୍ଷେତ୍ରରେ ନିଜର ପରିଶ୍ରମ ବଳରେ ପ୍ରଶଂସା ଲାଭ କରିବେ। କର୍ମରେ ପଦୋନ୍ନତିର ଯୋଗ ରହିଛି। ନୂତନ ଦାୟିତ୍ଵ ଗ୍ରହଣ କରିବାକୁ ପଡିପାରେ। ବ୍ୟବସାୟରେ ମଧ୍ୟମ ଧରଣର ଲାଭ ହୋଇବ। ଦୈନଦିନ କର୍ମ ସମୟରେ ସତର୍କ ରହିବା ଆବଶ୍ୟକ ହୋଇବ। ଛୋଟ ମୋଟ ଦୁର୍ଘଟଣାର ଯୋଗ ରହିଛି। କର୍ମ କ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ। ମହିଳାମାନେ ସୁଖୀ ହୋଇବେ। ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ।
ଶୁଭ ଦିନ: ୧, ୨, ୩, ୯, ୧୧, ୧୨, ୧୩, ୧୫, ୧୬, ୧୭, ୧୯, ୨୦, ୨୧, ୨୨, ୨୩, ୨୫, ୨୬, ୨୭, ୨୮, ୨୯, ୩୦, ୩୧
ତୁଳା:
ଚଳିତ ମାସରେ ଲଗ୍ନାଧିପତି ଏକାଦଶ ଗୃହରେ କେତୁଙ୍କ ସହିତ ଯୁକ୍ତ ହୋଇ ଗୋଚର କରିବେ। ଚଳିତ ମାସରେ ଉତଥାନ ପତନ ଦେଖାଦେବ। ସ୍ୱାସ୍ଥ୍ୟ ଚିନ୍ତା ବଢିବ। ମୁଣ୍ଡ ବ୍ୟଥାରେ କଷ୍ଟ ପାଇ ପାରନ୍ତି। ଚଳିତ ମାସରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ ହୋଇବ। ମନ ଚଞ୍ଚଳ ହୋଇବ। ଦୂର ଭ୍ରମଣର ଯୋଗ ରହିଛି। ପରିବାରର ସମସ୍ତ ଦାୟିତ୍ଵକୁ ସୁ ସମ୍ପାଦନ କରିପାରିବେ। ଜିଦିଆ ସ୍ଵଭାବ ଦେଖାଦେବ। ମନରେ ଅଜଣା ଭୟ ରହିବ। ସୌଖିନ୍ୟ ଦ୍ରବ୍ୟ କ୍ରୟ କରି ଆନନ୍ଦିତ ହୋଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। କୌଣସି ଜଣେ ବନ୍ଧୁ ଙ୍କର ସହଯୋଗରେ ସଫଳତା ଲାଭ କରିପାରିବେ। ଆର୍ଥିକ ଅସୁବିଧାରୁ ମୁକ୍ତି ପାଇବେ। ଶତ୍ରୁ ମାନେ ଅପମାନିତ କରିପାରନ୍ତି। ଚାକିରୀ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହୋଇପାରିବେ। ପାରିବାରିକ ଶାନ୍ତି ବୃଦ୍ଧି ପାଇବ। ମହିଳା ମାନେ ନିଜର ଆବଶ୍ୟକତା ପାଇଁ ଅର୍ଥ ବ୍ୟୟ କରିବେ। ବିଦ୍ୟାର୍ଥୀ ମାନେ ବିଦ୍ୟାରେ ଅସଫଳ ହୋଇବେ।
ଶୁଭ ଦିନ: ୨, ୩, ୪, ୫, ୬, ୧୨, ୧୩, ୨୦, ୨୧, ୨୨, ୨୩, ୨୯, ୩୦, ୩୧
ବିଛା:
ଚଳିତ ମାସରେ ଲଗ୍ନାଧିପତି ମଙ୍ଗଳ ୭ମ ଭାବ ବୃଷ ରାଶିରେ ମାସ ଆରମ୍ଭରୁ ଗୋଚର କରିବେ। ମଙ୍ଗଳଙ୍କ ଉପରେ ଶନିଙ୍କ ଦୃଷ୍ଟି ପଡୁଥିବାରୁ ବିରକ୍ତି ଭାବ ପ୍ରକାଶ ପାଇବ। ଛୋଟ ମୋଟ ପେଟ ସମସ୍ଯା ଦେଖାଦେଇପାରେ। ମନରେ ଅସ୍ଥିରତା ଦେଖାଦେବ। ପରିବାରରେ ଥଣ୍ଡା, ଜ୍ଵର ଆଦି ସମସ୍ଯା ଦେଖାଦେଇପାରେ। ମାତାଙ୍କର ସ୍ୱାସ୍ଥ୍ୟ ଗତ ସମସ୍ୟାକୁ ନେଇ ବ୍ୟସ୍ତ ହୋଇପାରନ୍ତି। ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଗତ ସମସ୍ଯା ଦେଖାଦେଇପାରେ। ମାସ ଆରମ୍ଭରେ ପରିବାରରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେଇପାରେ। ମାସର ଅର୍ଦ୍ଧ ଭାଗ ପରେ ପରିବାରରେ ଶାନ୍ତି ରହିବ। ପରିବାରରେ ସ୍ଵଜନ ମାନଙ୍କର ଅସୁବିଧା ଜନିତ ଦୁଃ ସମ୍ବାଦ ପ୍ରାପ୍ତ ହୋଇପାରେ। ଭାଇ ମାନଙ୍କ ସହିତ ମତାନ୍ତର ଦେଖା ଦେଇପାରେ। କର୍ମ କ୍ଷେତ୍ରରେ କର୍ମ କୁଶଳତା ପ୍ରଦାନ କରି ପ୍ରଶଂସା ଲାଭ କରିପାରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଛୋଟ ମୋଟ ଦୁର୍ଘଟଣା ପାଇଁ ସତର୍କ ରହିବା ଆବଶ୍ୟକ ହୋଇବ। ବ୍ୟବସାୟରେ ବିଭିନ୍ନ ଦିଗରୁ ଅର୍ଥ ଲାଭ ହୋଇବ। ଚାକିରୀ ପାଇଁ ଆଶାୟିତ ବ୍ୟକ୍ତି ମାନେ ଶୁଭ ଫଳ ପାଇବେ। ମହିଳାମାନେ ସୁଖୀ ହୋଇବେ। ବିଦ୍ୟାର୍ଥୀ ମାନେ ସାହିତ୍ୟ, କଳା ଆଦି ବିଦ୍ୟାରେ ଭଲ ପ୍ରଦର୍ଶନ କରିବେ। ମନୋବଳ ବୃଦ୍ଧି ହୋଇବ।
ଶୁଭ ଦିନ: ୧, ୪, ୫, ୬, ୭, ୮, ୧୨, ୧୫, ୧୬, ୧୭, ୧୯, ୨, ୨୧, ୨୨, ୨୩, ୨୪, ୨୫, ୨୬, ୨୭, ୨୮
ଧନୁ:
ଚଳିତ ମାସରେ ଲଗ୍ନାଧିପତି ବୃହସ୍ପତି ଅଷ୍ଟମ ଭାବରେ ଗୋଚର କରିବେ। ରବି ଯୁକ୍ତ ହୋଇ ଲଗ୍ନାଧିପତି ଥିବାରୁ ନିଜର ଓ ପିତାଙ୍କର ସ୍ୱାସ୍ଥ୍ୟ ଗତ ସମସ୍ଯା ଦେଖାଦେଇପାରେ। ପରିବାରରେ ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଓ ବିଚ୍ଛେଦ ଉତ୍ପନ୍ନ ହୋଇବ। ସନ୍ତାନର ଶତ୍ରୁ ଭାବ ଦେଖି ମାନସିକ କଷ୍ଟ ଭୋଗୀବାକୁ ପଡିବ। ପରିବାରରେ ମିତ୍ର ସ୍ଵ ରୂପରେ ଶତ୍ରୁ ମାନେ ପରାଭବ ଦେଖାଇବେ। ଶରୀରରେ ଦୁର୍ବଳତା ଦେଖାଦେଇପାରେ। ଦେବ ଭକ୍ତିରୁ ବିମୁଖ ରହିବେ। ଦେବ କାର୍ଯ୍ୟରେ ମନ ଲାଗିବ ନାହିଁ। ପ୍ରେମରେ ପଡି ବିପଥ ଗାମୀ ହୋଇପାରନ୍ତି। ପାପ ଅର୍ଜନ୍ନ ହୋଇବ। ବାକି ଥିବା ଛୋଟ ମୋଟ କାର୍ଯ୍ୟରେ ସଫଳତା ପାଇପାରିବେ। ଜମିବାଡି, ଯାନବାହନରେ ସମସ୍ଯା ଦେଖାଦେଇପାରେ। ଚାକିରୀ କ୍ଷେତ୍ରରେ ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ଵ ଗ୍ରହଣ କରି ପ୍ରଶଂସିତ ହୋଇବେ। ଗୃହର ଆର୍ଥିକ ସମସ୍ୟାର ସମାଧାନ ହୋଇବ। ଚଳିତ ମାସରେ ଦ୍ରବ୍ୟ ଚୋରି ହେବାର ଯୋଗ ରହିଛି। ଦୁର୍ଘଟଣାର ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ ଆୟ ବ୍ୟୟ ଠିକ ରହିବ। ଉତ୍ତର ଦିଗରୁ ଅର୍ଥ ଲାଭ ହୋଇପାରେ। ମହିଳା ମାନେ ସନ୍ତାନ ଚିନ୍ତାରେ ବ୍ୟସ୍ତ ରହିବେ। ବିଦ୍ୟାର୍ଥୀ ମାନେ ଅସଫଳ ହୋଇବେ।
ଶୁଭ ଦିନ: ୧, ୨, ୩, ୭, ୮, ୯, ୧୦, ୧୧, ୧୩, ୧୫, ୧୭, ୧୯, ୨୩, ୨୪, ୨୫, ୨୬, ୨୭, ୨୮, ୨୯, ୩୦, ୩୧
ମକର:
ଚଳିତ ମାସରେ ଲଗ୍ନାଧିପତି ଶନି ପୂର୍ବ ଭଳି ମୀନ ରାଶିରେ ଗୋଚର କରିବେ। କେତୁ ଅଷ୍ଟମରେ ରବିଙ୍କ ଗୃହରେ ଗୋଚର କରୁଥିବାରୁ ଛୋଟ ମୋଟ ପେଟର ସମସ୍ଯା ଦେଖାଦେବ। ୨ୟ ଭାବରେ ଚନ୍ଦ୍ର ରାହୁ ଗୋଚର କରୁଥିବାରୁ ବିଭିନ୍ନ ଦିଗ ଦେଇ ଅର୍ଥ ହାନୀ ହୋଇବ। ପରିବାରରେ ଆପଣଙ୍କ ସ୍ଥିତି ମଜବୁତ ରହିବ। ଶତ୍ରୁ ମାନେ କ୍ଷୟ କ୍ଷତି କରିବା ପାଇଁ ଷଡଯନ୍ତ୍ର କରିପାରନ୍ତି। ଦେବ ଭକ୍ତିରେ ମନ ଦୃଢ ହୋଇବ। ଇଶ୍ଵରଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ ରହୁଥିବାରୁ ମନରେ ଚିନ୍ତା କରୁଥିବା ସମସ୍ତ କାର୍ଯ୍ୟରେ ସଫଳତା ଅର୍ଜନ୍ନ କରିପାରିବେ। ନୂତନ ଯାନ କିଣିବା ପାଇଁ ଚିନ୍ତା କରିପାରନ୍ତି। ଭୂମି, ଓ ଗୃହ କାର୍ଯ୍ୟରେ ଚେଷ୍ଟା ବୃଦ୍ଧି ହୋଇବ। ଶୁଦ୍ଧତାର ସହିତ ବ୍ୟବସାୟ କରିବାରେ ସକ୍ଷମ ହୋଇବେ। ଅର୍ଥ ଉପାର୍ଜନ କରିବେ। ପାରିବାରିକ ସମ୍ପର୍କ ଉତ୍ତମ ହୋଇବ। ବନ୍ଧୁ ମାନଙ୍କୁ ନେଇ ତୀର୍ଥ ଗମନ କରିପାରନ୍ତି। ନିଜର କର୍ମରେ ଏକାଗ୍ରତା ଯୋଗୁ କର୍ମ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରିବେ। ବହୁ ଦିନରୁ ଲାଗିଥିବା ମାଲି ମକଦ୍ଧମାରେ ଶତୃ ପରାଜିତ ହୋଇବେ। ବିଜୟ ଲାଭ ହୋଇବ। ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ଅର୍ଥ ଲାଭ ହୋଇପାରିବ। ନେତ୍ର ଓ ଚକ୍ଷୁରେ ଆଘାତ ଲାଗିପାରେ। ମହିଳା ମାନେ ଗୃହ କାର୍ଯ୍ୟ ବ୍ୟସ୍ତ ରହିବେ। ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରିବେ।
ଶୁଭ ଦିନ: ୨, ୩, ୪, ୫, ୬, ୮, ୯, ୧୦, ୧୧, ୧୨, ୧୫, ୧୬, ୧୭, ୧୯, ୨୦, ୨୧, ୨୨, ୨୩, ୨୪, ୨୫, ୨୬, ୨୭, ୨୮, ୨୯, ୩୦, ୩୧
କୁମ୍ଭ:
ଚଳିତ ମାସରେ ଲଗ୍ନାଧିପତି ୨ ୟ ଭାବରେ ମୀନ ରାଶିରେ ପୂର୍ବ ବତ ଗୋଚର କରିବେ। ସ୍ୱାସ୍ଥ୍ୟ ଗତ ସ୍ଥିତି ଠିକ ରହିବ। ମନରେ ଧର୍ମ ପ୍ରତି ଆଗ୍ରହ କମିବ। ତନ୍ତ୍ର, ମନ୍ତ୍ରରେ ଆଗ୍ରହ ବୃଦ୍ଧି ହୋଇବ। ମନସ୍କାମନା ପୂରଣ ପାଇଁ ବିଭିନ୍ନ ତୀର୍ଥ ଦର୍ଶନ କରିବାକୁ ଚେଷ୍ଟା କରିବେ। ପରିବାରରେ ସ୍ଥିତି ଠିକ ରହିବ। ଗୃହରେ ନିଜର ପ୍ରାଧାନ୍ଯକୁ ବୃଦ୍ଧି କରିବା ପାଇଁ ବୁଦ୍ଧିର ଉପଯୋଗ କରିବେ। ବୁଦ୍ଧି ବଳରେ କିଛି ଅର୍ଥ ଲାଭ କରିପାରିବେ। ସନ୍ତାନ ମାନଙ୍କର ଉନ୍ନତି ଦେଖି ଖୁସି ହୋଇବେ। ଗୃହକୁ ନୂତନ ଦ୍ରବ୍ୟ କିଣି ପାରନ୍ତି। ପରିବାରରେ ସ୍ତ୍ରୀକୁ ଶାସନ କରିବାର ସ୍ଵଭାବରୁ ନିବୃତ ରହିଲେ ପରିବାରରେ ଶାନ୍ତି ବୃଦ୍ଧି ହୋଇବ। ଖାଦ୍ୟ ପେୟର ସମସ୍ଯା ଯୋଗୁ ଗୃହ୍ୟ ଜନିତ ସମସ୍ଯା ଦେଖାଦେବ। ବନ୍ଧୁ ମାନଙ୍କର ବିଦ୍ରୋହ ଭାବର ଶିକାର ହୋଇପାରନ୍ତି। କର୍ମ କ୍ଷେତ୍ରରେ କେତେକ ସମସ୍ୟାର ସମାଧାନ କରି ଆଗକୁ ବଢିବାର ଚେଷ୍ଟା ଜାରି ରଖିବେ। ସଫଳତା କମ ମିଳିବ। ଅଗ୍ନିରୁ ଦୂରେଇ ରହିବା ଆବଶ୍ୟକ ହୋଇବ। ବ୍ୟବସାୟ କ୍ଷେତ୍ରରେ ଲାଭର ପରିଣାମ କମ ରହିବ। ମହିଳାମାନେ ସୁଖୀ ହୋଇବେ। ବିଦ୍ୟାର୍ଥୀ ମାନେ ସଫଳ ହୋଇବେ।
ଶୁଭ ଦିନ: ୧, ୪, ୫, ୬, ୭, ୮, ୧୨, ୨୦, ୨୧, ୨୨, ୨୩, ୨୪, ୨୭, ୨୮, ୨୯, ୩୧
ମୀନ:
ଚଳିତ ମାସରେ ଲଗ୍ନାଧିପତି ବୃହସ୍ପତି କର୍କଟ ରାଶିରେ ପଞ୍ଚମ ଭାବରେ ଗୋଚର କରିବେ। ମାନସିକ ଅବସ୍ଥା ଠିକ ରହିବ। ଶରୀର ସୁସ୍ଥ ରହିବ। ପୁରାତନ ରୋଗର ପ୍ରଭାବ ଦେଖା ଦେଇପାରେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବାର ସମ୍ଭାବନା ବୃଦ୍ଧି ହୋଇପାରେ। ଭାତୃ ବିବାଦ ଥିଲେ ମାଲି ମକଦ୍ଧମାର ସମୁଖୀନ ହୋଇପାରନ୍ତି। ସନ୍ତାନ ମାନେ ଅମାନିଆ ଆଚରଣ କରିପାରନ୍ତି। ମାନସିକ ଅଶାନ୍ତି ହୋଇବେ। ମାତୃ ଶ୍ରେଣୀୟ ଲୋକଙ୍କ ଦ୍ଵାରା ବା ସ୍ତ୍ରୀ ଲୋକଙ୍କ ଦ୍ଵାରା ଶତ୍ରୁତାର ସମୁଖୀନ ହୋଇବେ। ପରିବାର ପାଇଁ ଦ୍ରବ୍ୟ କ୍ରୟ କରିବେ। ସୁ ଆଚରଣ ଦ୍ଵାରା ସମସ୍ତଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିପାରନ୍ତି। ଚାକିରୀ କ୍ଷେତ୍ରରେ ଉଚ୍ଚ ବ୍ୟକ୍ତିଙ୍କର ସହଯୋଗ ଲାଭ କରିପାରବେ। ପଦୋନ୍ନତିର ଯୋଗ ରହିଛି। ଆର୍ଥିକ ସ୍ଥିତି ଠିକ ରହିବ। ଶତ୍ରୁ ଜୟ ଲାଭ କରିବେ। ଦୂର ଭ୍ରମଣକୁ ଯାଇ ଅଯଥା ହଇରାଣ ହରକତ ହୋଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ ସ୍ଥିତି ସାମାନ୍ୟ ରହିବ। ଛୋଟ ମୋଟ ଠକେଇର ଶିକାର ହୋଇପାରନ୍ତି। ମାସର ଶେଷ ଭାଗରେ ମୁଣ୍ଡ ବ୍ୟଥାର କଷ୍ଟ ଭୋଗ କରିବାକୁ ପଡିପାରେ। ମହିଳା ମାନେ ଧର୍ମ ପରାୟଣ ହୋଇବେ। ବିଦ୍ୟାର୍ଥୀ ମାନେ ଖେଳ କୁଦରେ ମନ ଦେବେ।
ଶୁଭ ଦିନ: ୧, ୨, ୩, ୭, ୧୧, ୧୨, ୧୩, ୧୫, ୧୬, ୧୭, ୧୯, ୨୦, ୨୧, ୨୨, ୨୩, ୨୪, ୨୫, ୨୬, ୨୭, ୨୮, ୨୯, ୩୦, ୩୧
