This yearly rashifal is based on the Moon Sign, i.e. JANMA RASHI in your horoscope, based on the Indian Vedic Astrology. If you don't know your 'Moon Sign', get it for FREE. You need to mail me your birth details (Name, Date of Birth, Time of Birth, Place of Birth) at info@jivanachakra.com

ଚଳିତ ନବବର୍ଷ ଆରମ୍ଭରୁ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦୟାରୁ ସମସ୍ତେ ସୁସ୍ଥ ସବଳ ହୋଇ ଜୀବନ ଯାପନ କରନ୍ତୁ। ନୂତନ ବର୍ଷ ସମସ୍ତଙ୍କୁ ନୂତନ ଆଶା ଓ ବିଶ୍ୱାସରେ ଭରି ଦେଉ । ସମସ୍ତଙ୍କ ମନରେ ଦେବତା ଓ ଦେଶ ପ୍ରତି ପ୍ରୀତି ଜାଗ୍ରତ ହେଉ। ସତ୍ୟ, ସ୍ନେହ , ସହାନୁଭୁତି , ଦୟା ସମସ୍ତଙ୍କ ମନରେ ପୂର୍ଣ୍ଣ ମାତ୍ରାରେ ରହୁ। ପ୍ରତେକ ବ୍ୟକ୍ତି ମଙ୍ଗଳ ମୟ ଜୀବନ ଉପଭୋଗ କରନ୍ତୁ। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ। ଏହା ହିଁ ନୀଳାଦ୍ରି ବିହାରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା, ଶ୍ରୀ ଶୁଭମସ୍ତୁ।

:: ଗ୍ରହ ଚଳନ ::

ଚଳିତ ବର୍ଷ ୧୪ /୫/୨୦୨୫ ରେ ବୃହସ୍ପତି ରାତ୍ର ୯/୫୫ ମି ରେ ବୃଷ ରାଶିକୁ ପରିତ୍ୟାଗ କରି ମୃଗଶିରା ନକ୍ଷତ୍ର ମିଥୁନ ରାଶିକୁ ଗମନ କରିବେ। ୧୮/୧୦ /୨୦୨୫ ପୁନଃ ପୁନର୍ବସୁ କର୍କଟ ରାଶିକୁ ଗୋଚର କରିବେ। ପୁନଃ ୪/୧୨/୨୦୨୫ ପୁନର୍ବସୁ ମିଥୁନକୁ ବକ୍ର ଗମନ କରିବେ।

ଶୁକ୍ର ୨୬/୧୧/୨୦୨୫ ମସିହା ବୁଧବାର ଦିବା ୪:୦୨ ସମୟ ଠାରୁ ବର୍ଷ ଶେଷ ପର୍ଯ୍ଯନ୍ତ ମୀନ ରାଶିରେ ଗୋଚର କରିବେ।

ଶନି ବର୍ଷ ଆରମ୍ଭ ୨୯/୩/୨୦୨୫ ଶନିବାର ଦିବା ୧୨/୦୮ ମି ରେ କୁମ୍ଭ ରାଶିରୁ ଚଳି ବର୍ଷ ଶେଷ ପର୍ଯ୍ୟନ୍ତ ମୀନ ରାଶିରେ ଗୋଚର କରିବେ।

ରାହୂ ଓ କେତୁ – ୧୮/୫/୨୦୨୫ ମସିହା ସନ୍ଧ୍ଯା ୫/୦୭ ମି ଠାରୁ ରାହୂ କୁମ୍ଭ ରାଶିକୁ ଓ କେତୁ ସିଂହ ରାଶିକୁ ଚଳନ କରିବେ।

ମେଷ:

Aries
ରାଶି ଚିହ୍ନ: ମେଣ୍ଢା ରବି: ପ୍ରାଣ
କ୍ଷେତ୍ର: ମଙ୍ଗଳ ଚନ୍ଦ୍ର: ମନ
ତତ୍ତ୍ଵ: ଅଗ୍ନି ବୁଧ: ବୁଦ୍ଧି
ନାଡୀ: ପିତ୍ତ ବୃହସ୍ପତି: ଧର୍ମ
ଗୁଣ: ରଜ୍ଜୋ ଶୁକ୍ର: ପ୍ରେମ
ନକ୍ଷତ୍ର: 1,2,3 ଶନି: କର୍ମ
ନାମ ଅକ୍ଷର: ଚୁ, ଚେ, ଚୋ,ଲା, ଲି
ଶୁଭ ବାର: ସୋମବାର, ମଙ୍ଗଳବାର, ଗୁରୁବାର
ଶୁଭ ତିଥି: ଦ୍ଵିତୀୟା, ସପ୍ତମୀ, ଚତୁର୍ଦ୍ଦଶୀ

ଏ ବର୍ଷ ଆରମ୍ଭରୁ ରବି ଧନୁ ରାଶିରେ ଗୋଚର କରିବେ। ଲଗ୍ନାଧିପତି ମଙ୍ଗଳ ନିଚ୍ଚସ୍ଥ ହୋଇ କର୍କଟ ରାଶିରେ ଗୋଚର କରିବେ। ବର୍ଷ ଆରମ୍ଭରୁ ୫ ମାସ ବୃହସ୍ପତି ୨ୟ ଭାବରେ ଗୋଚର କରିବେ। ବୁଧ ଅଷ୍ଟମରେ ଗୋଚର କରିବେ। ଶୁକ୍ର ଓ ଶନି ବର୍ଷ ଆରମ୍ଭରୁ କୁମ୍ଭ ରାଶିରେ ଗୋଚର କରିବେ। ଚନ୍ଦ୍ର ବର୍ଷ ଆରମ୍ଭରୁ ମେଷ ରାଶିକୁ ଶୁଭ ରହିବେ। ରାହୁ ଓ କେତୁ ମୀନ ଓ କନ୍ୟା ରାଶିରେ ୫ ମାସ ପରେ ଗମନ କରିବେ।

ସ୍ୱାସ୍ଥ୍ୟ: ବର୍ଷ ଆରମ୍ଭରୁ ଲଗ୍ନାଧିପତି ନିଚ୍ଚସ୍ଥ ହୋଇ ଗମନ କରିବେ। ତେଣୁ ଏ ବର୍ଷ ଆରମ୍ଭରୁ ଥଣ୍ଡା ଜ୍ଵର ଆଦିର ପ୍ରଭାବ ନିଜ ଗୃହରେ ଅନୁଭବ କରିବେ। ମନ ବଳ କମ ରହିବ। ଶରୀରରେ ଦୁର୍ବଳତା ଅନୁଭବ କରିବେ। ରୋଗର ଭୟ ବ୍ୟସ୍ତ କରିବ। ମେ ମାସ ପରଠାରୁ ମନ ପ୍ରଫୁଲ୍ଲ ରହିବ। ମାର୍ଚ୍ଚ ମାସ ପର ଠାରୁ ସୁସ୍ଥ ଅନୁଭବ କରିବେ। ଛୋଟ ମୋଟ ପେଟର ସମସ୍ଯା ଦେଖାଦେଇପାରେ।

ପରିବାର: ପାରିବାରିକ ସ୍ଥିତି ମେଷ ରାଶି ପାଇଁ ମଧ୍ୟମ ଧରଣର ରହିବ। ବର୍ଷ ଆରମ୍ଭରୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସ୍ନେହ, ମମତା, ପ୍ରେମ ରହିବ। ଭାତୃ ବିବାଦ ଦେଖାଦେଇପାରେ। ଭୂମି, ଜମି, ଗୃହକୁ ନେଇ କିଛି ସମସ୍ଯା ଉପସ୍ଥିତ ହୋଇବ। ପୁତ୍ର ସନ୍ତାନ ମାନଙ୍କ ପାଇଁ ଜୁନ ମାସ ପର ଠାରୁ ଚିନ୍ତା ବୁଦ୍ଧି ହୋଇବ। ତାର ଭବିଷ୍ୟତ ଚିନ୍ତା ବ୍ୟସ୍ତ କରିବ। ପାରିବାରିକ ସୁଖ ଶାନ୍ତି ଲାଭ ହୋଇବ।

କର୍ମ ବା ଚାକିରୀ: କର୍ମ କ୍ଷେତ୍ରର ସ୍ଥିତି ବର୍ଷ ଆରମ୍ଭରୁ ଠିକ ରହିବ। ଉଚ୍ଚ ପଦସ୍ଥ ଅଫିସରଙ୍କର ସହଯୋଗ ଲାଭ ହୋଇବ। କର୍ମ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ବ୍ୟାପକ ଉନ୍ନତି ହୋଇବ। ପଦୋନ୍ନତିର ସମ୍ଭାବନା ରହିଛି। ଆର୍ଥିକ ଲାଭ ମିଳିବ। ନୂତନ କର୍ମ ନିଯୁକ୍ତି ଚାହୁଁ ଥିବା ବ୍ୟକ୍ତି ମେ ମାସ ମଧ୍ୟରେ ଚାକିରୀ ପାଇଁ ଆବେଦନ କଲେ ଶୁଭ ଫଳ ଲାଭ କରିପାରିବେ। ତା ପରେ କର୍ମ କ୍ଷେତ୍ରରେ ଅସୁବିଧା ରହିବ।

ବ୍ୟବସାୟ: ବର୍ଷ ଆରମ୍ଭରେ ଆର୍ଥିକ ଲାଭ ହୋଇବ। ବ୍ୟବସାୟରେ ଅଧିକ ଅର୍ଥ ନିବେଶ କରି ଫଳ ଲାଭ କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ମେ ମାସ ମଧ୍ୟରେ ଭଲ ସ୍ଥିତି ରହିଛି। ତା ପରେ ବ୍ୟବସାୟ ରେ ସଂଘର୍ଷ ପୂର୍ଣ୍ଣ ପରିସ୍ଥିତିର ସାମ୍ନା କରିବାକୁ ପଡିବ। ମାର୍ଚ୍ଚ ମାସ ପରେ ଅର୍ଥ ହାନୀ ହୋଇ ପାରେ।

ମହିଳା ମାନେ ପ୍ରଥମାର୍ଦ୍ଧରେ ଦେବ କାର୍ଯ୍ୟ ରେ ମନ ଦେବେ। ଗୃହରେ ଉନ୍ନତି ପାଇଁ ପ୍ରଚୁର ଚେଷ୍ଟା କରିବେ। ଦ୍ଵିତୀୟାର୍ଦ୍ଧରେ ମାନସିକ କଷ୍ଟ ଭୋଗ କରିବେ ଓ କାର୍ଯ୍ୟରେ ମନ ଦେବେ। ବିଦ୍ୟାର୍ଥୀ ମାନେ ପ୍ରଥମାର୍ଦ୍ଧରେ ବିଦ୍ୟାରେ ଭଲ ପ୍ରଦର୍ଶନ କରିବେ। ଦ୍ଵିତୀୟାର୍ଦ୍ଧ ରେ ବିଦ୍ୟାରେ ମନ ଚଞ୍ଚଳ କରିବେ।

ପ୍ରତିକାର:

  1. ପ୍ରତି ସୋମବାର ଶିବ ମନ୍ଦିର ରେ କ୍ଷୀର ଓ ବେଲ ପତ୍ର ଚଢାଇବେ।
  2. ପ୍ରତି ଶନିବାର ଗାଧୋଇସାରି ହନୁମାନ ଚାଳିଶା ପାଠ କରିବେ।

ବୃଷ:

TAURUS
ରାଶି ଚିହ୍ନ: ଷଣ୍ଢ ରବି: ପ୍ରାଣ
କ୍ଷେତ୍ର: ବୃହସ୍ପତି ଚନ୍ଦ୍ର: ମନ
ତତ୍ତ୍ଵ: ପୃଥିବୀ ବୁଧ: ବୁଦ୍ଧି
ନାଡୀ: କଫ ବୃହସ୍ପତି: ଧର୍ମ
ଗୁଣ: ତମ ଶୁକ୍ର: ପ୍ରେମ
ନକ୍ଷତ୍ର: 3, 4, 5 ଶନି କର୍ମ
ନାମ ଅକ୍ଷର: ଇ, ଉ, ଏ, ଓ, ବା, ବି
ଶୁଭ ବାର: ବୁଧବାର, ଶୁକ୍ରବାର
ଶୁଭ ତିଥି: ତୃତୀୟା, ଦ୍ଵାଦଶୀ, ତ୍ରୟୋଦଶୀ

ଏ ବର୍ଷ ଆରମ୍ଭରୁ ଲଗ୍ନାଧିପତି ଶୁକ୍ର ଦଶମ ଗୃହ କୁମ୍ଭ ରାଶିରେ ଅବସ୍ଥାନ କରିବେ। ଶନି ସ୍ଵ ଗୃହରେ ଶୁକ୍ରଙ୍କ ସହ ଯୁକ୍ତ ହୋଇ କୁମ୍ଭ ରାଶିରେ ଗୋଚର କରିବେ। ବୁଧ ସପ୍ତମ ଗୃହରେ ବିଛା ରାଶିରେ ଗୋଚର କରିବେ। ବୃହସ୍ପତି ବର୍ଷ ଆରମ୍ଭରୁ ମଧ୍ୟମ ଶୁଭ। ମେ ମାସ ପରେ ଅତି ଶୁଭ। ଶନି ମାର୍ଚ୍ଚ ମାସ ପରେ ଶୁଭ ସ୍ଥିତିରେ ରହିବେ। ମାର୍ଚ୍ଚ ମାସ ପରେ ଶନି ମୀନ ରାଶିରେ ରହି ବୃଷ ରାଶିକୁ ଶୁଭ ଫଳ ପ୍ରଦାନ କରିବେ। ୧୯ ଅକ୍ଟୋବର ଠାରୁ ୪ ଡିସେମ୍ବର ପର୍ଯ୍ୟନ୍ତ ବୃହସ୍ପତି ଅଶୁଭ ସ୍ଥିତି ରେ ଥିବାରୁ ସ୍ୱାସ୍ଥ୍ୟ ଗତ ସମସ୍ଯା ଦେଇପାରନ୍ତି। ୨୦୨୫ ମେ ମାସ ପର୍ଯ୍ୟନ୍ତ ରାହୁ ଶୁଭ ଓ କେତୁ ଅଶୁଭ। ମେ ମାସ ପର ଠାରୁ କେତୁ ଶୁଭ ଓ ରାହୁ ଅଶୁଭ ବର୍ଷ ତମାମ ରହିବେ।

ସ୍ୱାସ୍ଥ୍ୟ: ବର୍ଷ ଆରମ୍ଭରୁ ଶୁକ୍ର କୁମ୍ଭ ରାଶିରେ ମିତ୍ର ଗୃହ ଗତ ହୋଇ ଅବସ୍ଥାନ କରିବେ। ମନ ପ୍ରଫୁଲ ରହିବ। ମାତ୍ର ଶନି ଅଶୁଭସ୍ଥ ହୋଇଥିବାରୁ ଛୋଟ ମୋଟ ସ୍ୱାସ୍ଥ୍ୟ ଗତ ସମସ୍ଯା ଲାଗି ରହିବ। କାର୍ଯ୍ୟର ଚାପରେ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇବ। ଥଣ୍ଡା, ଶ୍ଵାସ ,ଜ୍ଵର ଯୋଗୁ ପୀଡା ଭୋଗ ହୋଇବ। ପେଟରେ ସମସ୍ଯା, ମାସିକ ଋତୁରେ ବିଳମ୍ବ ହୋଇପାରେ। ମୁଣ୍ଡ ବ୍ୟଥାର ସମ୍ଭାବନା ରହିଛି। ମାତ୍ର ମାର୍ଚ୍ଚ ମାସ ପରେ ଶନି ଶୁଭ ହେବା ପରେ ସ୍ୱାସ୍ଥ୍ୟ ଗତ ସମସ୍ଯା କମିବ। ଦେହ ଓ ମନ ସୁସ୍ଥ ରହିବ।

ପରିବାର: ବର୍ଷ ଆରମ୍ଭରୁ ପରିବାରର ଦାୟିତ୍ଵ ଭାରି ଲାଗିବ। ବନ୍ଧୁ ବାନ୍ଧବ ମାନଙ୍କ ପାଇଁ ପାରିବାରିକ ଅଶାନ୍ତିର ଯୋଗ ରହିଛି। ପରିବାରର ସମସ୍ତ ଦାୟିତ୍ଵ , ଶାଶୁ ଶ୍ଵଶୁରଙ୍କ ସେବା , ପିଲାଙ୍କ ସମସ୍ତ ଦାୟିତ୍ଵ ଯୋଗୁ ମାନସିକ ବଳ କମିବ। ନିଜକୁ ଅସହାୟ ମନେ କରିବେ। ମାର୍ଚ୍ଚ ମାସ ପରେ ସ୍ଥିତିରେ ସୁଧାର ଆସିବ। ସ୍ୱାସ୍ଥ୍ୟ ଚିନ୍ତା, ଅର୍ଥ ଚିନ୍ତା , ପରିବାରର ସଦସ୍ୟ ମାନଙ୍କର ଚିନ୍ତା କମିବ। ବିଭିନ୍ନ ଦିଗରୁ ଆର୍ଥିକ ସହଯୋଗ ପ୍ରାପ୍ତ ହୋଇବ।

କର୍ମ ବା ଚାକିରୀ: କର୍ମ କ୍ଷେତ୍ରରେ ବର୍ଷର ୩ ମାସ ସଂଘର୍ଷ ପୂର୍ଣ୍ଣ ପରିବେଶ ରହିବ। ଚାକିରୀ କ୍ଷେତ୍ରରେ ଶତ୍ରୁ ମାନଙ୍କର ପରାଭବ ଅଧିକ ରହିବ। ଶତ୍ରୁ ମାନେ ଦବାଇ ରଖିବାକୁ ଚେଷ୍ଟା କରିପାରନ୍ତି। କର୍ମର ଚାପ ଅଧିକ ରହିବ। ଚାକିରୀ ସ୍ଥାନନ୍ତରଣ ଯୋଗ , ସମ୍ମାନ ହାନୀ, ମତାନ୍ତର, ଭୁଲ ବୁଝାମଣାର ସମୁଖୀନ ହୋଇବେ। ମାଲି ମକଦ୍ଧମାରେ ପରାସ୍ତ ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ମାସ ପରେ ଶନି ଚଳନ ଯୋଗୁ ସ୍ଥିତିରେ ପରିବର୍ତ୍ତନ ଆସିବ। ଶନି ମୀନ ରାଶିକୁ ପୂର୍ଣ୍ଣ ଶୁଭ ସ୍ଥିତିକୁ ଆସିବେ। କର୍ମରେ ଉନ୍ନତି , ସହକର୍ମୀଙ୍କର ସହଯୋଗ ଲାଭ ହୋଇବ। ଚାକିରୀ ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତି ମାନେ ମାର୍ଚ୍ଚ ମାସ ପରେ ଆବେଦନ କଲେ ଫଳ ଲାଭ ହୋଇପାରିବ।

ବ୍ୟବସାୟ: ବର୍ଷ ଆରମ୍ଭରୁ ବ୍ୟବସାୟର ସ୍ଥିତି ମଧ୍ୟମ ରହିବ। ଅଧିକ ପରିଶ୍ରମର ଫଳ କମ ହୋଇବ। ମାତ୍ର ସବୁଦିନିଆ ଜୀବନ ଚଳଣି ଠିକ ରହିବ। ଚତୁରତା ପ୍ରଦର୍ଶନ କରି ଲାଭ ବାନ ହୋଇପାରିବେ। ବର୍ଷ ଆରମ୍ଭରେ ଉଧାର ଦେବାକୁ ପଡିପାରେ। ଋଣ ପରିଶୋଧ ପାଇ ତତ୍ପର ହୋଇବେ। ନୂତନ କର୍ମ ପାଇଁ ଚେଷ୍ଟା ରତ ରହିବେ। ହଠାତ କିଛି ଲାଭ ମିଳିବାର ସମ୍ଭାବନା ରହିଛି।

ମହିଳାମାନେ ପରିବାରର ସ୍ଥିତିକୁ ନେଇ ଚିନ୍ତିତ ରହିବେ। ବିଭିନ୍ନ ଉପାୟରେ ଆର୍ଥିକ ଲାଭ ପାଇଁ ଚେଷ୍ଟା କରିବେ। ବୟସ୍କ ଲୋକଙ୍କ ଠାରୁ ଲାଭ ବାନ ହୋଇପାରିବେ। ବିଦ୍ୟାର୍ଥୀ ମାନେ ବିଦ୍ୟାରେ ଉନ୍ନତି ପାଇଁ ଚେଷ୍ଟା ରତ ରହିବେ। ବର୍ଷର ମଧ୍ୟ ଭାଗ ପରେ ଦାମ୍ପତ୍ୟ ଜୀବନର ସୁଖ ଲାଭ ହୋଇବ। ସମସ୍ଯା ଧୀରେ ଧୀରେ କମ ହୋଇବ।

ପ୍ରତିକାର:

  1. ପ୍ରତିଦିନ ଗାଧୋଇ ସାରି ଜଗନ୍ନାଥଙ୍କର ସ୍ତୁତି ପାଠ କରିବେ।
  2. ସୋମ ବାର ଶିବ ମନ୍ଦିର ଦର୍ଶନ କରିବେ, କ୍ଷୀର ଚଢାଇବେ।

ମିଥୁନ:

GEMINI
ରାଶି ଚିହ୍ନ: ଯୁଗ୍ମ ନାରୀ ପୁରୁଷ ରବି: ପ୍ରାଣ
କ୍ଷେତ୍ର: ବୃହସ୍ପତି ଚନ୍ଦ୍ର: ମନ
ତତ୍ତ୍ଵ: ବାୟୁ ବୁଧ: ବୁଦ୍ଧି
ନାଡୀ: କଫ ବୃହସ୍ପତି: ଧର୍ମ
ଗୁଣ: ତମ ଶୁକ୍ର: ପ୍ରେମ
ନକ୍ଷତ୍ର: 3, 4, 5 ଶନି କର୍ମ
ନାମ ଅକ୍ଷର: କ, କେ, କୁ, ଘା
ଶୁଭ ବାର: ବୁଧବାର, ଶୁକ୍ରବାର
ଶୁଭ ତିଥି: ପଞ୍ଚମୀ, ଦଶମୀ, ତ୍ରୟୋଦଶୀ

ଏ ବର୍ଷ ଆରମ୍ଭରୁ ଲଗ୍ନାଧିପତି ବୁଧ ଷଷ୍ଠ ଭାବରେ ଶତ୍ରୁ ଗୃହରେ ଅବସ୍ଥାନ କରିବେ। ଶୁଭ ଗ୍ରହ ଶୁକ୍ର ଓ ଶନି ନବମ ଗୃହ କୁମ୍ଭ ରାଶିରେ ଗୋଚର କରିବେ। ରବି ଓ ଚନ୍ଦ୍ର ବର୍ଷ ଆରମ୍ଭରେ ଧନୁ ରାଶିରେ ଗୋଚର କରିବେ। ମଙ୍ଗଳ ବର୍ଷ ଆରମ୍ଭରୁ ୨ ୟ ଭାବ କର୍କଟ ରାଶିରେ ଗୋଚର କରିବେ। ବର୍ଷ ଆରମ୍ଭରୁ ମେ ମାସ ପର୍ଯ୍ୟନ୍ତ ବୃହସ୍ପତି ଅଶୁଭ ଭାବରେ ଗୋଚର କରିବେ। ମେ ମାସ ପର ଠାରୁ ୧୯ ଅକ୍ଟୋବର ପର୍ଯ୍ୟନ୍ତ ବୃହସ୍ପତି ମଧ୍ୟମ ଶୁଭ ଭାବରେ ଫଳ ପ୍ରଦାନ କରିବେ। ଅକ୍ଟୋବର ପର ଠାରୁ ୪ ଡିସେମ୍ବର ପର୍ଯ୍ୟନ୍ତ ଅତି ଶୁଭ ଫଳ ପ୍ରଦାନ କରିବେ। ଶନି ବର୍ଷ ସାରା ଅଶୁଭ ଭାବରେ ଗୋଚର କରିବେ। ମେ ୧୮ ପର୍ଯ୍ୟନ୍ତ ରାହୁ ଓ କେତୁ ଅଶୁଭ ରହିବେ। ତା ପରେ ରାହୁ ମଧ୍ୟମ ଶୁଭ , କେତୁ ଶୁଭ।

ସ୍ୱାସ୍ଥ୍ୟ: ବର୍ଷ ଆରମ୍ଭରୁ ଲଗ୍ନାଧିପତି ରିପୁ ସ୍ଥାନରେ ଶତ୍ରୁ ଗୃହରେ ରହିବେ। ନିଜର ଖାଦ୍ୟ ପେୟର ଅନିୟମିତତା , ଅଖାଦ୍ୟ ସେବନ , ଅନିୟନ୍ତ୍ରିତ ଜୀବନ ଚର୍ଯ୍ୟା ଯୋଗୁ ସ୍ୱାସ୍ଥ୍ୟ ଗତ ସମସ୍ଯା ଲାଗି ରହିବ। ଥଣ୍ଡା, ତଣ୍ଟି ଦରଜ, ଜ୍ଵର , ଗଳାରେ ସମସ୍ଯା ଦେଖାଦେବ। ହଜମ ଶକ୍ତିରେ ସମସ୍ଯା ଯୋଗୁ ଗ୍ଯାସ ଓ ପେଟ ଜନିତ ସମସ୍ଯା ଦେଖାଦେବ। ବର୍ଷ ସାରା ଛୋଟ ମୋଟ ରୋଗର ସମ୍ଭାବନା ଥିବାରୁ ଡାକ୍ତରୀ ଯାଞ୍ଚ କରିବା ନିହାତି ଆବଶ୍ୟକ ହୋଇବ।

ପରିବାର: ଏ ବର୍ଷ ପରିବାରରେ ବହୁ ପରିବର୍ତ୍ତନ ହୋଇବ। ଦୈନଦିନ ଜୀବନ ଚଳଣି ଉତଥାନ ପତନ ଦେଇ ଗତି କରିବ। ନାନା ପ୍ରକାରର ସମସ୍ଯା ଦେଖାଦେବ। ପ୍ରତିଦିନିଆ ଘର କାମରେ ବାଧା ବିଘ୍ନ ଦେଖାଦେବ। ଦ୍ରବ୍ୟ ହାନୀ, ଅର୍ଥ ହାନୀ, ଗୃହର ଶୁଭ କର୍ମରେ ବିଳମ୍ବ , ଯଦି ବିବାହ ହେବାର ଥାଏ, ତେବେ ବିଳମ୍ବ ହୋଇବ। ବାଧା ବିଘ୍ନ ଦେଖାଦେବ। ସନ୍ତାନ ମାନେ ଅମାନିଆ ହୋଇବେ। ପରିବାରରେ ନିଜର ସମ୍ମାନ ହାନୀ ହୋଇବ। ପ୍ରତିବେଶୀ ମାନଙ୍କ ସହ କଳହର ଯୋଗ ରହିଛି। ଅଯଥା ବିବାଦରେ ପଡି ବ୍ୟସ୍ତ ହୋଇବେ। ଗୃହରେ ଅଶାନ୍ତି ଲାଗି ରହିବ। ନିଜ ଲୋକମାନଙ୍କ ସହ ମତାନ୍ତର ହୋଇବ। ଭାଇ ଭଉଣୀଙ୍କ ସହ ଭୁଲ ବୁଝାମଣା ଦେଖାଦେବ। ସନ୍ତାନ ମାନେ ଜିଦି କରିବେ। ପରିବାରରେ ଅଯଥା ଯୁକ୍ତି ତର୍କ ନ କରି ସହନଶୀଳତାର ସହ ଚଳିଲେ ପରିସ୍ଥିତି ସାମାନ୍ୟ ରହିବ।

କର୍ମ ବା ଚାକିରୀ: ଏ ବର୍ଷ କର୍ମ କ୍ଷେତ୍ରରେ ସ୍ଥିତି ପୂର୍ଣ୍ଣ ଅଶୁଭ ହେଉଥିବାରୁ କୌଣସି ନୂତନ ବ୍ୟବସାୟ ବା ଚୁକ୍ତି ଆପଣକୁ କ୍ଷତିରେ ପକାଇବ। କର୍ମ କ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତିମାନେ ଶତ୍ରୁତା ଆଚରଣ କରିବେ। ବିଳମ୍ବରେ କାର୍ଯ୍ୟ ସଂପୂର୍ଣ୍ଣ ହୋଇବ। ସ୍ଥାନନ୍ତରଣର ଯୋଗ ରହିଛି। ବର୍ଷ ତମାମ ଶନି ଅଶୁଭ ରହୁଥିବାରୁ କର୍ମ କ୍ଷେତ୍ରରେ ବାଧା ବିଘ୍ନ ଉତ୍ପନ୍ନ ହୋଇବ। କର୍ମରେ ମନଯୋଗ ରହିବ ନାହିଁ।

ବ୍ୟବସାୟ: ଚଳିତ ବର୍ଷ ବ୍ୟବସାୟ କ୍ଷେତ୍ରରେ ଅଶୁଭ ସ୍ଥିତି ରହୁଅଛି। କୌଣସି ନୂଆ ଯୋଜନା , ନୂତନ ବ୍ୟବସାୟ ଆରମ୍ଭ କରିବା ଅଶୁଭ ଦାୟକ ହୋଇବ। ବ୍ୟବସାୟରେ କ୍ଷତିର ଯୋଗ ରହିଛି। ଊତଥାନ ଓ ପତନ ଦେଇ ବ୍ୟବସାୟ ଗତି କରିବ। ଠକାମିର ଶିକାର ହୋଇପାରନ୍ତି। କୃଷି ବ୍ୟବସାୟୀ ମାନେ ମଧ୍ୟମ ଧରଣର ଲାଭ ପାଇପାରିବେ। ବ୍ୟବସାୟ ଅନୁଷ୍ଠାନରେ କାମ କରୁଥିବା ଲୋକଙ୍କ ସହ କଳହ ଉତ୍ପନ୍ନ ହୋଇପାରେ। କ୍ଷୟ କ୍ଷତିର ସମ୍ଭାବନା ଥିବାରୁ ବିଶେଷ ସତର୍କ ଆବଶ୍ୟକ।

ଏ ସ୍ଥିତିରେ ମହିଳାମାନେ ପୂର୍ଣ୍ଣ ଚିନ୍ତିତ ରହିବେ। ଗୃହ କର୍ମରେ ମନ ଲାଗିବ ନାହିଁ। କର୍ମର ଚାପ ଅଧିକ ଯୋଗୁ ସ୍ୱାସ୍ଥ୍ୟ ସମସ୍ଯା , ଦାମ୍ପତ୍ୟ ଜୀବନରେ ସନ୍ଦେହ , ଅବିଶ୍ଵାସ ଆଦି ସ୍ଥିତି ଉତ୍ପନ୍ନ ହୋଇପାରେ। ବିଦ୍ୟାର୍ଥୀ ମାନେ ଚେଷ୍ଟାରେ ସଫଳ ହୋଇବେ। ଅଧ୍ୟୟନ ପାଇଁ ଦୂରକୁ ଗମନ କରିବାକୁ ପଡିପାରେ।

ପ୍ରତିକାର:

  1. ପ୍ରତିଦିନ ଗାଧୋଇ ସରି ହନୁମାନ ଚାଳିଶା ପାଠ କରିବ।
  2. ନିଷ୍ଠାପର ଭାବରେ ଶିବ ପୂଜା କରଣୀୟ ।

କର୍କଟ:

Cancer
ରାଶି ଚିହ୍ନ: କଙ୍କଡା ରବି: ପ୍ରାଣ
କ୍ଷେତ୍ର: ଚନ୍ଦ୍ର ଚନ୍ଦ୍ର: ମନ
ତତ୍ତ୍ଵ: ଜଳ ବୁଧ: ବୁଦ୍ଧି
ନାଡୀ: କଫ ବୃହସ୍ପତି: ଧର୍ମ
ଗୁଣ: ରଜ୍ଜୋ ଶୁକ୍ର: ପ୍ରେମ
ନକ୍ଷତ୍ର: 7, 8, 9 ଶନି କର୍ମ
ନାମ ଅକ୍ଷର: ହି, ହୁ, ହେ, ହୋ, ଡା
ଶୁଭ ବାର: ରବିବାର, ସୋମବାର, ଶୁକ୍ରବାର
ଶୁଭ ତିଥି: ତୃତୀୟା, ପଞ୍ଚମୀ, ଦଶମୀ

ଏ ବର୍ଷ ସ୍ଥିତିରେ ବର୍ଷ ଆରମ୍ଭରେ ଚନ୍ଦ୍ର ଧନୁ ରାଶିରେ ଗୋଚର କରିବେ। ବୃହସ୍ପତି ବର୍ଷ ଆରମ୍ଭରୁ ଅତି ଶୁଭ ହୋଇ ମେ ମାସ ପର୍ଯ୍ୟନ୍ତ ବୃଷ ରାଶିରେ ଗୋଚର କରିବେ। ଜୁନ ମାସ ଠାରୁ ବୃହସ୍ପତି ଅକ୍ଟୋବର ୧୮ ପର୍ଯ୍ୟନ୍ତ ଅଶୁଭ ଭାବରେ ଗୋଚର କରିବେ। ପୁନଃ ଅକ୍ଟୋବର ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମଧ୍ୟମ ଶୁଭ ସ୍ଥିତିରେ ମିଥୁନ ରାଶିରେ ଗୋଚର କରିବେ। ବର୍ଷ ଆରମ୍ଭ ଠାରୁ ୩ ମାସ ପର୍ଯ୍ୟନ୍ତ ଶନି ଅଶୁଭ। ମାର୍ଚ୍ଚ ମାସ ରେ ଶନି ଚଳନ ପରେ ମଧ୍ୟ ଶନି ଅଶୁଭ ରହିବେ ସୁଖ ଶାନ୍ତିରେ ବାଧା ସୃଷ୍ଟି କରିବେ। ମେ ୧୮ ତାରିଖ ପର୍ଯ୍ୟନ୍ତ ରାହୁ ,କେତୁ ଶୁଭ ରହିବେ। ତା ପରେ ଅତି ଅଶୁଭ ସ୍ଥିତିରେ ଗୋଚର କରିବେ।

ସ୍ୱାସ୍ଥ୍ୟ: ଏ ବର୍ଷ ଆରମ୍ଭରୁ କର୍କଟ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଗ୍ରହ ମାନେ ଅଶୁଭ ସ୍ଥିତିରେ ରହୁଛନ୍ତି। ଛୋଟ ମୋଟ ସ୍ୱାସ୍ଥ୍ୟ ଗତ ସମସ୍ଯା ରହିବ। ମାତ୍ର ମେ ମାସ ପର୍ଯ୍ୟନ୍ତ ବୃହସ୍ପତି ଉଚ୍ଚସ୍ଥ ଥିବାରୁ ସ୍ଵାସ୍ଥ୍ୟର ବିଶେଷ କିଛି ସମସ୍ଯା ଦେଖାଦେବ ନାହିଁ । ବର୍ଷର ପ୍ରଥମାର୍ଦ୍ଧ ପରେ ବୃହସ୍ପତିଙ୍କ ସହ ଅନ୍ୟ ଗ୍ରହ ମାନେ ଅଶୁଭ ସ୍ଥିତିକୁ ଗଲା ପରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ଯା ଉତ୍ପନ୍ନ ହୋଇବ। ମୁଣ୍ଡ ବିନ୍ଧା, ଗୋଡ ହାତ ବିନ୍ଧା, ଥଣ୍ଡା ସମସ୍ୟାରେ ପୀଡିତ ହୋଇବେ। ଗ୍ଯାସ , ପେଟ ଟଣା ଆଦି କଷ୍ଟର ସମୁଖୀନ ହୋଇବେ।

ପରିବାର: ଏ ବର୍ଷ ସାରା ଶନି ଅଶୁଭ ରହିବେ। ନାନାଦି ଛୋଟ ବଡ ସମସ୍ଯା ଦେଖାଦେବ। ମେ ମାସ ପର୍ଯ୍ୟନ୍ତ ସାମାନ୍ୟ ଜୀବନ ଚର୍ଯ୍ୟା ରେ କୌଣସି ଅସୁବିଧା ଦେଖାଦେବ ନାହିଁ। ମେ ମାସ ପରେ ସ୍ଥିତିରେ ପରିବର୍ତ୍ତନ ହୋଇବ। ପାରିବାରିକ ସମସ୍ଯା ବଢିବ। ଅର୍ଥ ହାନୀ ହୋଇବ। ମାତ୍ରାଧିକ ବ୍ୟୟ ଯୋଗୁ ଅର୍ଥ ଚିନ୍ତା ବ୍ୟସ୍ତ କରିବ। ପରିବାରରେ ଅଶାନ୍ତି ଅସନ୍ତୋଷ ଲାଗି ରହିବ। ବନ୍ଧୁ ମାନଙ୍କ ସହ ମତାନ୍ତର , କଳହ ଦେଖାଡେବ। ଶିକ୍ଷା କ୍ଷେତ୍ରରେ ଅସଫଳତା ଓ ଅଧୋଗତି ହୋଇବ। ଶୁଭ କର୍ମରେ ବାଧା ବିଘ୍ନ ଉତ୍ପନ୍ନ ହୋଇବ। ଛୋଟ ମୋଟ ଆଘାତ ଲାଗିବାର ଯୋଗ ଥିବାରୁ ଯାନ ବାହାନର ଗମନ ବେଳେ , ଗୃହ କାର୍ଯ୍ୟ ସମୟରେ ସାବଧାନତା ଆବଶ୍ୟକ ହୋଇବ। ଶାରୀରିକ ଓ ମାନସିକ ପୀଡାର ସମ୍ଭାବନା ରହିଛି। ମାଙ୍ଗଳିକ କାର୍ଯ୍ୟରେ ବିଳମ୍ବ ଓ ସମସ୍ଯା ଦେଖାଦେବ।

କର୍ମ ବା ଚାକିରୀ: ଚଳିତ ବର୍ଷ କର୍ମ କ୍ଷେତ୍ରରେ ସ୍ଥିତି ପ୍ରାୟ ଠିକ ରହିବ। କର୍ମ ଚାପ ଅଧିକ ରହିବ। କର୍ମ କ୍ଷେତ୍ରରେ ସହକର୍ମୀ ମାନେ ମେ ମାସ ପର୍ଯ୍ୟନ୍ତ ସହଯୋଗ କରିବେ। ମେ ମାସ ପରେ କର୍ମ କ୍ଷେତ୍ରରେ ସମସ୍ୟାର ଯୋଗ ରହିଛି। ସ୍ଥାନନ୍ତରଣ ଯୋଗ ରହିଛି। ପଦୋନ୍ନତି ମଧ୍ୟ ହୋଇବ।

ବ୍ୟବସାୟ: ଚଳିତ ବର୍ଷ ବ୍ୟବସାୟ କ୍ଷେତ୍ରରେ ବିଶେଷ ଉନ୍ନତିର ସମ୍ଭାବନା ନାହିଁ । ବ୍ୟବସାୟ ମଧ୍ୟମ ଧରଣର ହୋଇବ। ଦୈନଦିନ ବ୍ୟାପାର ଚାଲିବ। ଅଧିକ ଲାଭର ସମ୍ଭାବନା ନାହିଁ । କୌଣସି ନୂତନ ବ୍ୟବସାୟ ପାଇଁ ପରିସ୍ଥିତି ଅନୁକୂଳ ହୋଇବ ନାହିଁ। ସତର୍କତାର ସହ ବ୍ୟବସାୟ ନ କଲେ ଆର୍ଥିକ କ୍ଷତିର ସମ୍ଭାବନା ରହିଛି।

ମହିଳାମାନେ ନାନା ବିଧ କାରଣକୁ ନେଇ ଚିନ୍ତିତ ରହିବେ। ଗୃହ ଗତ ସମସ୍ୟାରେ ପଡି ସ୍ଵଭାବରେ ବିରକ୍ତି ଦେଖାଦେବ। ସ୍ୱାସ୍ଥ୍ୟ ଚିନ୍ତା ବ୍ୟସ୍ତ କରିବ।

ପ୍ରତିକାର:

  1. ପ୍ରତିଦିନ ଗାଧୋଇ ସାରି ହନୁମାନ ଚାଳିଶା ପାଠ କରିବେ।
  2. ସୋମବାର ଓ ସକ୍ରାନ୍ତି ଦିନ ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରାଇବେ।

ସିଂହ:

Leo
ରାଶି ଚିହ୍ନ: ସିଂହ ରବି: ପ୍ରାଣ
କ୍ଷେତ୍ର: Sun ଚନ୍ଦ୍ର: ମନ
ତତ୍ତ୍ଵ: Fire ବୁଧ: ବୁଦ୍ଧି
ନାଡୀ: Pitta ବୃହସ୍ପତି: ଧର୍ମ
ଗୁଣ: ତମ ଶୁକ୍ର: ପ୍ରେମ
ନକ୍ଷତ୍ର: 10, 11, 12 ଶନି କର୍ମ
ନାମ ଅକ୍ଷର: ମି, ମୋ, କା,ଟେ
ଶୁଭ ବାର: ରବିବାର, ସୋମବାର, ଗୁରୁବାର
ଶୁଭ ତିଥି: ପଞ୍ଚମୀ, ଦଶମୀ, ଦ୍ଵାଦଶୀ

ଏ ବର୍ଷ ଆରମ୍ଭରେ ଲଗ୍ନାଧିପତି ରବି ଧନୁ ରାଶିରେ ଚନ୍ଦ୍ରଙ୍କ ସହ ଗୋଚର କରିବେ। ଜାନୁୟାରୀ ମାସ ଠାରୁ ମେ ମାସ ପର୍ଯ୍ୟନ୍ତ ବୃହସ୍ପତି ଶୁଭ ଭାବରେ ଅବସ୍ଥାନ କରିବେ। ତା ପର ଠାରୁ ୧୯ ଅକ୍ଟୋବର ପର୍ଯ୍ୟନ୍ତ ବୃହସ୍ପତି ଅତି ଅଶୁଭ ଫଳ ପ୍ରଦାନ କରିବେ। ପୁନଃ ୪ ଡିସେମ୍ବର ପର୍ଯ୍ୟନ୍ତ ବୃହସ୍ପତି ଅଶୁଭ ଫଳ ପ୍ରଦାନ କରିବେ। ବର୍ଷ ତମାମ ଶନି ଅଶୁଭ ଫଳ ପ୍ରଦାନ କରିବେ। ରାହୁ ଓ କେତୁ ମଧ୍ୟ ବର୍ଷ ସାରା ଅଶୁଭ ଫଳ ପ୍ରଦାନ କରିବେ।

ସ୍ୱାସ୍ଥ୍ୟ: ଏ ବର୍ଷ ଲଗ୍ନାଧିପତି ବର୍ଷ ଆରମ୍ଭରେ ଧାର୍ମିକ ସ୍ଥିତିରେ ଥିବାରୁ ସ୍ୱାସ୍ଥ୍ୟ ବିଶେଷ ପ୍ରଭାବିତ ହୋଇବ ନାହିଁ । ଛୋଟ ରୋଗରେ ପୀଡା ଭୋଗ ହୋଇବ। ଶନି, ରାହୁ, କେତୁ ଖରାପ ରହିଲେ ମଧ୍ୟ ବୃହସ୍ପତି ଉଚ୍ଚସ୍ଥ ହେଉଥିବାରୁ ସବୁ ଅସୁବିଧାରୁ ରକ୍ଷାପାଇବେ।ଉପଯୁକ୍ତ ସମୟରେ ଚିକିସାଃର ଲାଭ ମିଳିବ। ଇଉରିନ ଇନଫେକ୍ଶନ, ଏଲେର୍ଜିକ ଆଦି ରୋଗର ପ୍ରଭାବ ଦେଖାଦେବ। ଯାନବାହନରେ ସାମାନ୍ୟ ଦୁର୍ଘଟଣାର ଯୋଗ ଅଛି। ମାନସିକ କଷ୍ଟ ଭୋଗୀବାକୁ ପଡିବ।

ପରିବାର: ଚଳିତ ବର୍ଷ ଗୃହଗତ ସମସ୍ଯା ଅଧିକ ରହିବ। ପରିବାରରେ ଆପସ ବୁଝାମଣାର ଅଭାବ ରହିବ। ପରସ୍ପରକୁ ଭୁଲ ବୁଝି ପାରିବାରିକ କଳହ ହୋଇବ। ଗୃହରେ ଅଶାନ୍ତି ଅସନ୍ତୋଷର ପରିସ୍ଥିତି ଉତ୍ପନ୍ନ ହୋଇବ। ଦାମ୍ପତ୍ୟ ଜୀବନରେ ସୁଖରେ ବାଧା ଉତ୍ପନ୍ନ ହୋଇବ। ବନ୍ଧୁ ବାନ୍ଧବ ମାନଙ୍କ ସହ ମତାନ୍ତର ହୋଇବ। ସନ୍ତାନ ମାନେ ବ୍ୟସ୍ତ କରିବେ। କୌଣସି କଥା ମାନିବେ ନାହିଁ। ସନ୍ତାନ ମାନଙ୍କ ପାଇଁ ଆର୍ଥିକ ବ୍ୟୟ ଅଧିକ ହୋଇବ।

କର୍ମ ବା ଚାକିରୀ: ଚଳିତ ବର୍ଷ ସିଂହ ରାଶିକୁ କର୍ମ ଯୋଗ ମଧ୍ୟମ ଧରଣର ରହିବ। ଚାକିରୀ କ୍ଷେତ୍ରରେ ବହୁ ସମସ୍ଯା ଦେଖାଦେବ। ଉଚ୍ଚ ପଦସ୍ଥ ଅଫିସର ମାନଙ୍କର ସହଯୋଗ ଲାଭ ହୋଇବ। ସହକର୍ମୀ ମାନେ ଅସହଯୋଗ କରିବେ। ଛୋଟ କର୍ମଚାରୀ ମାନେ ଅପନିନ୍ଦା କରିବେ। ତଥାପି ପଦୋନ୍ନତିର ଯୋଗ ହୋଇ ଅଛି। ଦେବୀ ଆଶୀର୍ବାଦ ବର୍ଷ ସାରା ରହୁଥିବାରୁ ସମସ୍ତ ଅସୁବିଧାକୁ ଅତିକ୍ରମ କରି ପାରିବେ।

ବ୍ୟବସାୟ: ଚଳିତ ବର୍ଷ ସିଂହ ରାଶିରେ ବ୍ଯବସାୟିକ ସ୍ଥିତି ମଧ୍ୟମ ଧରଣର ରହିଛି। ପାପ ଗ୍ରହ ମାନଙ୍କର କୁ ପ୍ରଭାବ ଯୋଗୁ ବ୍ୟବସାୟରେ ମନ୍ଥର ସ୍ଥିତି ରହିବ। ନୂତନ ସୁଯୋଗ ଆସିବ। ମଧ୍ୟମ ଧରଣର ଲାଭ ହୋଇବ। ବ୍ୟବସାୟରେ ସତର୍କ ରହିବା ନିତ୍ୟାନ୍ତ ଆବଶ୍ୟକ ହୋଇବ। କୌଣସି ବ୍ୟକ୍ତିକୁ ପୂର୍ଣ୍ଣ ବିଶ୍ବାସ କଲେ ଆର୍ଥିକ କ୍ଷତିର ସମ୍ଭାବନା ରହିଛି। ଅଧିକ ପୁଞ୍ଜିନିବେଶ ଫଳ ପ୍ରଦ ହୋଇବ ନାହିଁ। ନୂତନ କାର୍ଯ୍ୟ ଆରମ୍ଭ କରିବା ଫଳ ପ୍ରଦ ହୋଇବ ନାହିଁ। ପୂର୍ବ ଐଶାଣ ଦିଗରୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ଦେବ କାର୍ଯ୍ୟରେ ଲାଭବାନ ହୋଇପାରିବେ।

ମହିଳାମାନେ କାର୍ଯ୍ୟରେ ବ୍ୟସ୍ତ ରହିବେ। କୌଣସି କାର୍ଯ୍ୟକୁ ସୁ ସମ୍ପର୍ଣ୍ଣ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ। ବହୁ ପରିଶ୍ରମରେ ଅର୍ଥ ଲାଭ ହୋଇବ। ବିଦ୍ୟାର୍ଥୀମାନେ ବିଦ୍ୟା କ୍ଷେତ୍ରରେ ଆଶା ଅନୁଯାୟୀ ଫଳ ଲାଭ କରି ପାରିବେ ନାହିଁ। ସାଧାରଣ ଜୀବନ ଚର୍ଯ୍ୟା ଠିକ ଚାଲିବ।

ପ୍ରତିକାର:

  1. ୫ ପାଳି ଶନି ମେଳା କରିବା ଅତ୍ୟନ୍ତ ଶୁଭ ହୋଇବ।
  2. ଓମ ନମଃ ଶିବାୟ ମନ୍ତ୍ରରେ ପ୍ରତି ସୋମବାର ଚନ୍ଦନ ଲଗାଇ ୧୦୮ ବେଲ ପତ୍ର ଚଢାଇବା ଅତ୍ୟନ୍ତ ଶୁଭ।

କନ୍ୟା:

Virgo
ରାଶି ଚିହ୍ନ: ନାରୀ ରବି: ପ୍ରାଣ
କ୍ଷେତ୍ର: ବୁଧ ଚନ୍ଦ୍ର: ମନ
ତତ୍ତ୍ଵ: ଅଗ୍ନି ବୁଧ: ବୁଦ୍ଧି
ନାଡୀ: ବାତ୍ତ ବୃହସ୍ପତି: ଧର୍ମ
ଗୁଣ: ସତ୍ତ୍ଵ ଶୁକ୍ର: ପ୍ରେମ
ନକ୍ଷତ୍ର: 12, 13, 14 ଶନି କର୍ମ
ନାମ ଅକ୍ଷର: ଟୋ, ପା, ପି, ପୋ
ଶୁଭ ବାର: ରବିବାର, ବୁଧବାର, ଶୁକ୍ରବାର
ଶୁଭ ତିଥି: ତୃତୀୟା, ନବମୀ , ଦ୍ଵାଦଶୀ

ଏ ବର୍ଷ ଆରମ୍ଭରେ ଲଗ୍ନାଧିପତି ବୁଧ ଶତ୍ରୁ ଗୃହରେ ୩ ୟ ଭାବ ବିଛା ରାଶିରେ ଅବସ୍ଥାନ କରିବେ। ଶୁଭ ଗ୍ରହ ଶୁକ୍ର ଶତ୍ରୁ ଭାବରେ କୁମ୍ଭ ରାଶିରେ ଅବସ୍ଥାନ କରିବେ। ଚଳିତ ବର୍ଷ ବୃହସ୍ପତି ମେ ମାସ ପର୍ଯ୍ୟନ୍ତ ଅତି ଶୁଭ , ପୁନଃ ଅକ୍ଟୋବର ପର୍ଯ୍ୟନ୍ତ ଶୁଭ , ପୁନଃ ୪ ଡିସେମ୍ବର ପର୍ଯ୍ୟନ୍ତ ଅତି ଶୁଭ। ତା ପରେ ବର୍ଷ ଶେଷ ପର୍ଯ୍ୟନ୍ତ ଶୁଭ ସ୍ଥିତିରେ ରହିବେ। ବର୍ଷର ପ୍ରଥମ ୩ ମାସ , ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନି ଶୁଭ। ଅବଶିଷ୍ଟ ୯ ମାସ ଶନି ଅଶୁଭ ସ୍ଥିତିରେ ରହିବେ। ଆରମ୍ଭରୁ ରାହୁ କେତୁ ଅଶୁଭ। ମେ ମାସ ପରେ ରାହୁ କେତୁ ଅଶୁଭ।

ସ୍ୱାସ୍ଥ୍ୟ: ଚଳିତ ବର୍ଷ କନ୍ୟା ରାଶିର ଶାରୀରିକ ସ୍ଥିତି ମଧ୍ୟମ ଧରଣର ରହିଛି। ବର୍ଷ ଆରମ୍ଭରୁ ଲଗ୍ନାଧିପତି ଶତ୍ରୁ ଗୃହରେ ଥିବାରୁ ଥଣ୍ଡା, କଫ ଜନିତ ସମସ୍ଯା ଦେଖାଦେବ। ମାନସିକ କଷ୍ଟ ଭୋଗ କରିବେ। ଭାଇ କିମ୍ବା ଭଉଣୀ ଙ୍କ ସହିତ ଅଶାନ୍ତି ଓ କଳହ ଉତ୍ପନ୍ନ ହୋଇବ। ଖାଦ୍ୟ ହଜମରେ ସମସ୍ଯା ଦେଖାଦେବ। କାମନା ଭାବ ବୁଦ୍ଧି ପାଇବ।

ପରିବାର: ବର୍ଷ ଆରମ୍ଭରୁ ରାହୁ ୭ ମ ଭାବରେ ଗୋଚର କରିବେ। କାମନା ଭାବ ଅଧିକ ରହିବ। ଦାମ୍ପତ୍ୟ ଜୀବନରେ ଅଶାନ୍ତି ଓ ଅବିଶ୍ବାସର ସ୍ଥିତି ଉତ୍ପନ୍ନ ହୋଇବ। ଗୃହ କର୍ମରେ ସମସ୍ଯା ଦେଖାଦେବ। ପ୍ରତିବେଶୀ ମାନେ ଶତ୍ରୁତା ଆଚରଣ କରିବେ। ସନ୍ତାନ ମାନେ ମୁରବୀମାନଙ୍କର କଥାକୁ ମାନିବେ ନାହିଁ। ବିଦ୍ୟା ଦିଗରେ ଅସଫଳ ହୋଇବେ। ମାନସିକ କଷ୍ଟ ଭୋଗ ହୋଇବେ। ଆୟର ମାତ୍ରା ଠିକ ରହିବ। ସାଧାରଣ ଜୀବନ ଚର୍ଯ୍ୟାରେ କୌଣସି ଅସୁବିଧା ହେବାର ସମ୍ଭାବନା ନାହିଁ। ମାର୍ଚ୍ଚ ମାସ ପରେ ସ୍ଥିତିରେ ସୁଧାର ହୋଇବ। ଧୀରେ ଧୀରେ ସ୍ୱାସ୍ଥ୍ୟ ଠିକ ହୋଇବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମାନସିକ ଶାନ୍ତି ପ୍ରାପ୍ତ ହୋଇବ।

କର୍ମ ବା ଚାକିରୀ: କର୍ମ କ୍ଷେତ୍ରରେ ମନ ଲାଗିବ ନାହିଁ। ସବୁଦିନିଆ କର୍ମରେ ମଧ୍ୟ ଅସ୍ଥିରତା ଦେଖାଦେବ। କର୍ମର ଚାପ ଅଧିକ ରହିବ। ସହକର୍ମୀ ମାନେ ଅସହଯୋଗ କରିବେ। ମନୋବଳ ଅଧିକ ରହିବ। ସମସ୍ତ ଅସୁବିଧାର ମୁକାବିଲା କରିପାରିବେ। ଆର୍ଥିକ ସ୍ଥିତି ମଧ୍ୟମ ଧରଣର ରହିବ। ଚେଷ୍ଟା ଦ୍ଵାରା କାର୍ଯ୍ୟରେ ସଫଳ ହୋଇବେ।

ବ୍ୟବସାୟ: ବ୍ୟବସାୟ କ୍ଷେତ୍ରରେ ବର୍ଷ ଆରମ୍ଭରୁ ମାନ୍ଦା ଅବସ୍ଥା ଦେଖାଦେବ। ଉଧାର ସ୍ଥିତିରେ ସୁଧାର ଦେଖାଦେବ। ଠକ ବ୍ୟକ୍ତିଙ୍କ ଦ୍ଵାରା ଆର୍ଥିକ କ୍ଷତିର ସମ୍ଭାବନା ରହିଛି। ପୂର୍ଣ୍ଣ ସତର୍କତାର ସହିତ ବ୍ୟବସାୟ କଲେ କ୍ଷତିରୁ ରକ୍ଷା ପାଇ ପାରିବେ। ବ୍ୟବସାୟ ରେ ଅର୍ଥ ଲଗାଣ ପାଇଁ ଏ ବର୍ଷ ସ୍ଥିତି ଠିକ ନାହିଁ । କୌଣସି ନୂତନ ବ୍ୟବସାୟ ଆରମ୍ଭ ପାଇଁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସ୍ଥିତି ନାହିଁ। ତା ପରେ ବ୍ୟବସାୟରେ ଉନ୍ନତି ପରିଲିଖିତ ହୋଇବ। ସମସ୍ତ ଅସୁବିଧା ସତ୍ବେ ଦୈନଦିନ ବ୍ୟବସାୟ ଠିକ ରହିବ।

ମହିଳା ମାନେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ପରିବାରର ଉପଯୁକ୍ତ ଯତ୍ନ ନେଇପାରିବେ। ଦାମ୍ପତ୍ୟ ଜୀବନରେ ଅଶାନ୍ତିକୁ ସମ୍ଭାଳି ନେବେ। ମାର୍ଚ୍ଚ ମାସ ପରେ ମହିଳା ମାନେ ପାରିବାରିକ ସୁଖ ଶାନ୍ତି ଲାଭ କରିବେ। ବିଦ୍ୟାର୍ଥୀ ମାନେ ଚେଷ୍ଟା କଲେ ଫଳ ପ୍ରାପ୍ତ କରିବେ।

ପ୍ରତିକାର:

  1. ପ୍ରତିଦିନ ଗାଧୋଇ ସାରି ହନୁମାନ ଚାଳିଶା ପାଠ କରିବେ।
  2. ୫ ପାଳି ତ୍ରିନାଥ ମେଳା କରିବେ।

ତୁଳା:

Libra
ରାଶି ଚିହ୍ନ: ନିକିତି ରବି: ପ୍ରାଣ
କ୍ଷେତ୍ର: ବୃହସ୍ପତି ଚନ୍ଦ୍ର: ମନ
ତତ୍ତ୍ଵ: ବାୟୁ ବୁଧ: ବୁଦ୍ଧି
ନାଡୀ: Batta ବୃହସ୍ପତି: ଧର୍ମ
ଗୁଣ: ରଜ୍ଜୋ ଶୁକ୍ର: ପ୍ରେମ
ନକ୍ଷତ୍ର: 14, 15, 16 ଶନି କର୍ମ
ନାମ ଅକ୍ଷର: ରୁ, ରୋ, ତି, ତୁ
ଶୁଭ ବାର: ବୁଧବାର, ଶୁକ୍ରବାର
ଶୁଭ ତିଥି: ତୃତୀୟା, ଦ୍ଵାଦଶୀ , ତ୍ରୟୋଦଶୀ

ଏ ବର୍ଷ ଆରମ୍ଭରେ ଲଗ୍ନାଧିପତି ଶୁକ୍ର କୁମ୍ଭ ରାଶିରେ ପଞ୍ଚମ ଭାବରେ ଶନିଙ୍କ ସହ ଯୁକ୍ତ ହୋଇ ଅବସ୍ଥାନ କରିବେ। ଶନି ଅଶୁଭ ଭାବରେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶୁକ୍ର ୫ ମ ଭାବରେ ଅଶୁଭ ଫଳ ପ୍ରଦାନ କରିବେ। ବର୍ଷ ଆରମ୍ଭରୁ ମେ ମାସ ପର୍ଯ୍ଯନ୍ତ ବୃହସ୍ପତି ଅଶୁଭ ହୋଇ ଗୋଚର କରିବେ। ମେ ମାସ ପର ଠାରୁ ଅକ୍ଟୋବର ପର୍ଯ୍ଯନ୍ତ ବୃହସ୍ପତି ତୁଳା ରାଶିକୁ ଅତି ଶୁଭ ଫଳ ପ୍ରଦାନ କରିବେ। ତା ପର ଠାରୁ ବର୍ଷ ଶେଷ ପର୍ଯ୍ଯନ୍ତ ବୃହସ୍ପତି ଶୁଭ ରହିବେ। ମେ ମାସ ପର୍ଯ୍ଯନ୍ତ ରାହୁ ଶୁଭ ରହିବେ। ମେ ମାସ ପର ଠାରୁ ରାହୁ ଅଶୁଭ ଓ ବର୍ଷ ଶେଷ ପର୍ଯ୍ଯନ୍ତ କେତୁ ଶୁଭ।

ସ୍ୱାସ୍ଥ୍ୟ: ଏ ବର୍ଷ ଆରମ୍ଭରୁ ତୁଳା ରାଶିର ସ୍ୱାସ୍ଥ୍ୟ ଗତ ସମସ୍ଯା ଲାଗିରହିବ। ଗଣ୍ଠି ଦରଜ , ଗାଇନିକ ସମସ୍ଯା , ଅଜିର୍ଣ୍ଣ , ମୁଣ୍ଡ ବିନ୍ଧା ଆଦି ରୋଗରେ ପୀଡା ଭୋଗ ହୋଇବ। ମାନସିକ ଚିନ୍ତା ବୁଦ୍ଧି ପାଇବ। ନୈରାଶ୍ୟ ଭାବ ବଢିବ। ଡାଇବେଟିସ ଥିବା ଲୋକ ଙ୍କର ଡାଇବେଟିସ ବୁଦ୍ଧି ହୋଇବ। ମନରେ ରୋଗର ଭୟ, ନିଦ୍ରାହୀନତା ଆଦି ଛୋଟ ମୋଟ ସ୍ୱାସ୍ଥ୍ୟ ଗତ ସମସ୍ଯା ବ୍ୟସ୍ତ କରିବ। ଗୃହରେ ମା , ମାତୃ ଶ୍ରେଣୀୟ ଲୋକଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ପରିବାର: ଚଳିତ ବର୍ଷର ପ୍ରଥମ ଭାଗ ସମସ୍ଯା ବହୁଳ ହୋଇବ। ମାନସିକ ଅଶାନ୍ତି ଭୋଗ କରିବେ। ପରିବାରର ସଦସ୍ୟ ମାନେ ଅସନ୍ତୋଷ ରହିବେ। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଉତ୍ପନ୍ନ ହୋଇପାରେ। ପାରିବାରିକ ସମସ୍ଯା ବୁଦ୍ଧି ପାଇବ। ବର୍ଷର ମଧ୍ୟ ଭାଗ ପର୍ଯ୍ଯନ୍ତ ଅର୍ଥର ଆଗମନ କମ ହୋଇବ। ତେଣୁ ଆର୍ଥିକ ସମସ୍ଯାରେ ପଡି ହଇରାଣ ହୋଇବେ। ଦୈନଦିନ କାର୍ଯ୍ୟରେ ବିଳମ୍ବ ହୋଇବ। ପରିବାରରେ ହେବାକୁ ଥିବା ଶୁଭ କର୍ମ ବିଳମ୍ବ ହୋଇବ। ପରସ୍ପର ମଧ୍ୟରେ ମତାନ୍ତର ହୋଇବ। ଶତ୍ରୁ ବୁଦ୍ଧି ହୋଇବ। ଅଯଥା ସମୟ ନଷ୍ଟ କରି ହଇରାଣ ହୋଇବେ। ବର୍ଷର ଦ୍ଵିତୀୟାର୍ଦ୍ଧରେ ସମସ୍ତ ସମସ୍ୟାର ସମାଧାନ ଧୀରେ ଧୀରେ ହୋଇବ। ପରିବାରରେ ଅନୁକୂଳ ପରିସ୍ଥିତି ଉତ୍ପନ୍ନ ହୋଇବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହୋଇବ। ସୁଖ ଶାନ୍ତି ଲାଭ ହୋଇବ।

କର୍ମ ବା ଚାକିରୀ: ବର୍ଷ ଆରମ୍ଭ ଠାରୁ ମେ ମାସ ପର୍ଯ୍ଯନ୍ତ କର୍ମ ବା ଚାକିରୀ କ୍ଷେତ୍ରରେ କର୍ମର ଚାପ ଅଧିକ ରହିବ। ସହକର୍ମୀ ମାନଙ୍କ ଠାରୁ ସହଯୋଗ ପାଇବେ ନାହିଁ। ଶତ୍ରୁ ମାନେ ହଇରାଣ କରିପାରନ୍ତି। ବର୍ଷର ଦ୍ଵିତୀୟାର୍ଦ୍ଧରେ ସ୍ଥିତିରେ ଉନ୍ନତି ହୋଇବ। ଅର୍ଥ ଲାଭ ହୋଇବ। ପଦୋନ୍ନତିର ଯୋଗ ରହିଛି।

ବ୍ୟବସାୟ: ବ୍ୟବସାୟ କ୍ଷେତ୍ରରେ ପ୍ରଥମରୁ ମଧ୍ୟମ ଅବସ୍ଥା ରହିବ। ବ୍ୟବସାୟ ଧୀରେ ଧୀରେ ଚାଲିବ। ଆର୍ଥିକ କ୍ଷତି ହୋଇପାରେ। କର୍ମଚାରୀଙ୍କ ଦ୍ଵାରା କ୍ଷତି ହେବାର ସମ୍ଭାବନା ରହିଛି । ବର୍ଷ ତମାମ ବ୍ୟବସାୟ ମଧ୍ୟମ ସ୍ତରରେ ଚାଲିବ। ବର୍ଷ ଶେଷକୁ ଆର୍ଥିକ ଲାଭ ହୋଇପାରେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ମାର୍ଚ୍ଚ ୨୦୨୫ ପରେ ଉପଯୁକ୍ତ ସମୟ ରହିଛି।

ମହିଳାମାନେ ବର୍ଷ ଆରମ୍ଭରୁ ଚିନ୍ତିତ ରହିବେ। ତୀର୍ଥ ଭ୍ରମଣର ଯୋଗ ରହିଛି। ପରିବାରରେ ସୁଖ ଶାନ୍ତି ବର୍ଷର ମଧ୍ୟ ଭାଗ ପରେ ଠିକ ରହିବ । ଏ ବର୍ଷ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଉପଯୁକ୍ତ ସମୟ ବର୍ଷର ଶେଷ ଭାଗ ରହିବ।

ପ୍ରତିକାର:

  1. ବର୍ଷର ପ୍ରଥମ ୩ ମାସ ହନୁମାନ ଚାଳିଶା ପାଠ କରିବେ।
  2. ସୋମବାର ସକ୍ରାନ୍ତି ରେ ଶିବ ମନ୍ଦିର ଯାଇ ପୂଜା କରିବେ।

ବିଛା :

Scorpio
ରାଶି ଚିହ୍ନ: ବୃଛିକା ରବି: ପ୍ରାଣ
କ୍ଷେତ୍ର: ମଙ୍ଗଳ ଚନ୍ଦ୍ର: ମନ
ତତ୍ତ୍ଵ: ଜଳ ବୁଧ: ବୁଦ୍ଧି
ନାଡୀ: କଫ ବୃହସ୍ପତି: ଧର୍ମ
ଗୁଣ: ତମ ଶୁକ୍ର: ପ୍ରେମ
ନକ୍ଷତ୍ର: 16, 17, 18 ଶନି କର୍ମ
ନାମ ଅକ୍ଷର: ତୋ, ନା, ନି, ନୁ
ଶୁଭ ବାର: ରବିବାର, ମଙ୍ଗଳବାର
ଶୁଭ ତିଥି: ତୃତୀୟା, ନବମୀ , ଦଶମୀ

ଏ ବର୍ଷ ଆରମ୍ଭରୁ ଲଗ୍ନାଧିପତି ନବମ ଭାବରେ ନିଚ୍ଚସ୍ଥ ହୋଇ କର୍କଟ ରାଶିରେ ଅବସ୍ଥାନ କରିବେ। ଜାନୁଆରୀ ମାସ ଠାରୁ ମେ ମାସ ମଧ୍ୟ ଭାଗ ପର୍ଯ୍ଯନ୍ତ ବୃହସ୍ପତି ଅତି ଶୁଭ । ମେ ମାସରୁ ଅକ୍ଟୋବର ପର୍ଯ୍ଯନ୍ତ ଅଶୁଭ, ପୁନଃ ଅକ୍ଟୋବର ରୁ ଡିସେମ୍ବର ୪ ପର୍ଯ୍ଯନ୍ତ ଅତି ଶୁଭ । ତା ପରେ ବର୍ଷ ଶେଷ ପର୍ଯ୍ଯନ୍ତ ବୃହସ୍ପତି ଅଶୁଭ ସ୍ଥିତିରେ ରହିବେ। ବର୍ଷର ପ୍ରଥମ ୩ ମାସ ପର୍ଯ୍ଯନ୍ତ ଶନି ଅଶୁଭ ଫଳ ପ୍ରଦାନ କରିବେ। ତା ପର ଠାରୁ ୯ ମାସ ପର୍ଯ୍ଯନ୍ତ ଶନି ବିଛା ରାଶିକୁ ଶୁଭ ଫଳ ପ୍ରଦାନ କରିବେ। ମେ ମାସ ମଧ୍ୟ ଭାଗ ପର୍ଯ୍ଯନ୍ତ ରାହୁ ଅଶୁଭ ଫଳ ପ୍ରଦାନ କରିବେ। କେତୁ ଶୁଭ ଫଳ ପ୍ରଦାନ କରିବେ। ମେ ମାସ ପର ଠାରୁ ରାହୁ ଶୁଭ ଓ କେତୁ ଅଶୁଭ ଫଳ ପ୍ରଦାନ କରିବେ।

ସ୍ୱାସ୍ଥ୍ : ଏ ବର୍ଷ ଆରମ୍ଭରୁ ଲଗ୍ନାଧିପତି ନିଚ୍ଚସ୍ଥ ହୋଇଥିବାରୁ ସ୍ୱାସ୍ଥ୍ୟ ଗତ ସମସ୍ଯା ଦେଖାଦେବ। ଥଣ୍ଡା, କାଶ, ଜ୍ଵର ଆଦି ସମସ୍ଯା ସୃଷ୍ଟି ହୋଇବ। ଅଜିର୍ଣ୍ଣ ଦୋଷ ଦେଖାଦେଇପାରେ। ସ୍ୱାସ୍ଥ୍ୟ କର ଆହାର ଗ୍ରହଣ କରିବାରେ ବିଳମ୍ବ, ଅବହେଳା ଯୋଗୁ ସମସ୍ଯା ଉତ୍ପନ୍ନ ହୋଇବ। ଶରୀରରେ ଆଳସ୍ୟତା ଦେଖାଦେବ। ଇନଫେକ୍ଶନ ଜନିତ ରୋଗର ସମ୍ଭାବନା ରହିଛି। ମେ ମାସ ପରେ ସ୍ୱାସ୍ଥ୍ୟ ଠିକ ରହିବ। ମନ ପ୍ରଫୁଲ ରହିବ।

ପରିବାର : ପାରିବାରିକ ସ୍ଥିତି ବର୍ଷ ଆରମ୍ଭରୁ ଜାନୁଆରୀ ମାସ ଶେଷ ପର୍ଯ୍ଯନ୍ତ ମନ ଅଶାନ୍ତ ରହିବ। ଅର୍ଥ ଆଗମନ ମଧ୍ୟମ ଧରଣର ରହିବ। ପାରିବାରିକ କଳହର ଯୋଗ ରହିଛି। ପାପ ଗ୍ରହ ମାନେ ଅଶୁଭ ଭାବରେ ଥିବାରୁ ମାନସିକ କ୍ଲେଶ ଭୋଗ କରିବେ। କର୍ମରେ ବାଧା ବିଘ୍ନ ଉତ୍ପନ୍ନ ହୋଇବ। ପରୀକ୍ଷାମୂଳକ କାର୍ଯ୍ୟରେ ଅସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ଅସଫଳ ହୋଇବେ। ସମାଜରେ ସମ୍ମାନ ହାନୀର ଯୋଗ ହୋଇଅଛି। ଶୁଭ କର୍ମରେ ବିଳମ୍ବ। ବନ୍ଧୁ ଆଗମନ ଯୋଗୁ ବ୍ୟୟ। ସନ୍ତାନମାନେ ଅମାନିଆ ହୋଇବେ। ସେମାନଙ୍କର ଚିନ୍ତା ବ୍ୟସ୍ତ କରିବ। ମେ ମାସ ପରେ ବୃହସ୍ପତି ଚଳନ ପରେ ବୃହସ୍ପତି ଶୁଭ ହେଲେ ସମସ୍ତ ବାଧା ବିଘ୍ନର ପ୍ରଭାବ କମିବ। ସାମାଜିକ ଜୀବନ ଚର୍ଯ୍ୟାରେ କୌଣସି ଅସୁବିଧା ହୋଇବ ନାହିଁ। ଦେବୀ କୃପାରୁ ଧୀରେ ଧୀରେ ଅଗ୍ରସର ହୋଇବେ।

କର୍ମ ବା ଚାକିରୀ: ଏ ବର୍ଷ ଆରମ୍ଭ ପୂର୍ବରୁ ଚାକିରୀ କ୍ଷେତ୍ରରେ ଷଡଯନ୍ତ୍ର ଚାଲିଅଛି। କର୍ମରେ ଶତ୍ରୁ ମାନେ ବାଧା ଉତ୍ପନ୍ନ କରିବେ। ଛୋଟ ମୋଟ ଭୁଲକୁ ନେଇ ବଚସା ହୋଇବ। କର୍ମରେ ତ୍ରୁଟି ଯୋଗୁ ଦଣ୍ଡିତ ମଧ୍ୟ ହୋଇପାରନ୍ତି। ଛୋଟ ମୋଟ ବାଧା ବିଘ୍ନ ଦେଖା ଦେବ। ମାର୍ଚ୍ଚ ମାସ ପରେ ମନୋବଳ ବଢିବ। ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହୋଇବ। ଚାକିରୀ ସ୍ତରରେ ଆର୍ଥିକ ଲାଭ ପାଇବେ। ସରକାରୀ ସ୍ତରରେ ଆର୍ଥିକ ଲାଭ ପାଇବେ। ସରକାରୀ ସ୍ତରରୁ ଆର୍ଥିକ ଲାଭ ବର୍ଷ ଆରମ୍ଭରୁ ହେବାର ସମ୍ଭାବନା ରହିଛି ।

ବ୍ୟବସାୟ: ଏ ବର୍ଷ ବ୍ୟବସାୟରେ ଚତୁର ବୁଦ୍ଧି ଦ୍ଵାରା ଅର୍ଥ ଉପାର୍ଜନ କରିପାରିବେ। ଚାଲାକି ଦ୍ଵାରା ଉପାର୍ଜନ ବୁଦ୍ଧି ହୋଇପାରିବ। କୃଷି କାର୍ଯ୍ୟରେ ଅର୍ଥ ଲାଭ। ଅପରିଚିତ ବ୍ୟକ୍ତି ମାନଙ୍କ ଅର୍ଥ ବା ଦ୍ରବ୍ୟ ବାକିରେ ଦେଲେ କ୍ଷତି ହୋଇପାରେ।

ମହିଳାମାନେ କାର୍ଯ୍ୟରେ ବ୍ୟସ୍ତ ରହିବେ। ମାତୃ ଶ୍ରେଣୀୟ ଲୋକଙ୍କ ଠାରୁ ସାହାଯ୍ୟ, ସହାନୁଭୁତି ପାଇପାରିବେ। ବିରକ୍ତି ଭାବ ବୁଦ୍ଧି ପାଇବ। ସାଧାରଣ ଜୀବନ ଚର୍ଯ୍ୟାରେ ସନ୍ତୋଷ ଜନକ ଫଳ ଲାଭ ହୋଇବ ନାହିଁ। ବିଦ୍ୟାର୍ଥୀ ମାନେ ବିଦ୍ୟା କ୍ଷେତ୍ରରେ ସଂପୂର୍ଣ୍ଣ ମନଯୋଗ ଦେଲେ ଫଳ ଲାଭ ହୋଇପାରିବ।

ପ୍ରତିକାର:

  1. ପ୍ରତି ମଙ୍ଗଳବାର ହନୁମାନଙ୍କୁ ନିଜ ନାମ ଗୋତ୍ରରେ ସିନ୍ଦୁର ଚଢାଇବେ।
  2. ସୋମବାର ଓ ସଙ୍କ୍ରାନ୍ତି ରେ ମନ୍ଦିର ଯାଇ ଓମ ନମଃ ଶିବାୟ ୧୦୮ ଥର ଜପ କରିବେ।

ଧନୁ:

Sagittarius
ରାଶି ଚିହ୍ନ: Bow and arrow ରବି: ପ୍ରାଣ
କ୍ଷେତ୍ର: ବୃହସ୍ପତି ଚନ୍ଦ୍ର: ମନ
ତତ୍ତ୍ଵ: ଜଳ ବୁଧ: ବୁଦ୍ଧି
ନାଡୀ: ପିତ୍ତ ବୃହସ୍ପତି: ଧର୍ମ
ଗୁଣ: ସତ୍ତ୍ଵ ଶୁକ୍ର: ପ୍ରେମ
ନକ୍ଷତ୍ର: 19, 20, 21 ଶନି କର୍ମ
ନାମ ଅକ୍ଷର: ଯେ, ଯୋ, ବା, ବି
ଶୁଭ ବାର: ରବିବାର, ସୋମବାର, ଗୁରୁବାର
ଶୁଭ ତିଥି: ପଞ୍ଚମୀ, ଦଶମୀ , ଦ୍ଵାଦଶୀ

ଏ ବର୍ଷ ଆରମ୍ଭରୁ ଲଗ୍ନାଧିପତି ବୃହସ୍ପତି ମେ ମାସ ପର୍ଯ୍ୟନ୍ତ ଅଶୁଭ ସ୍ଥିତିରେ ରହିବେ। ତା ପର ଠାରୁ ୧୯ ଅକ୍ଟୋବର ପର୍ଯ୍ୟନ୍ତ ଅତି ଶୁଭ ସ୍ଥିତିରେ ରହିବେ। ୪ ଡିସେମ୍ବର ପର୍ଯ୍ୟନ୍ତ ଅଶୁଭ ଏବଂ ତା ପର ଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ଅତି ଶୁଭ ସ୍ଥିତିରେ ରହିବେ। ଶନି ଧନୁ ରାଶିକୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶୁଭ। ମାର୍ଚ୍ଚରୁ ବର୍ଷ ଶେଷ ପର୍ଯ୍ୟନ୍ତ ଅଶୁଭ ରହିବେ। ମେ ୧୮ ପର୍ଯ୍ୟନ୍ତ ରାହୁ ଅତି ଅଶୁଭ ଓ କେତୁ ଶୁଭ। ମେ ୧୮ ପର ଠାରୁ ରାହୁ ଶୁଭ ଓ କେତୁ ଅଶୁଭ ଭାବରେ ଗୋଚର କରିବେ।

ସ୍ୱାସ୍ଥ୍ୟ: ଚଳିତ ବର୍ଷ ସ୍ୱାସ୍ଥ୍ୟ ଗତ ସ୍ଥିତି ସାମାନ୍ୟ ଖରାପ ରହିବ। ଛୋଟ ମୋଟ ଶାରୀରିକ ସମସ୍ଯା ବ୍ୟସ୍ତ କରିବ। ଦେହ ବିନ୍ଧା, ଗଣ୍ଠିରେ କଷ୍ଟ ଅନୁଭବ କରିବେ। ଥଣ୍ଡା, କାଶ ଆଦି ସମସ୍ଯା ଦେଖାଦେଇପାରେ। ଖାଦ୍ୟ ପେୟ ଗ୍ରହଣରେ ସମସ୍ଯା ଉତ୍ପନ୍ନ ହୋଇବ। କୁ ପୋଷଣ ଯୋଗୁ ସ୍ୱାସ୍ଥ୍ୟ ଗତ ସମସ୍ଯା ଦେଖାଦେବ।

ପରିବାର: ପରିବାରରେ ଛୋଟ ମୋଟ ସମସ୍ଯା ଲାଗି ରହିବ। ଦୈନଦିନ କର୍ମରେ ବାଧା ବିଘ୍ନ ଦେଖାଦେବ। ପରିବାରରେ ଆର୍ଥିକ ସମସ୍ଯା ଯୋଗୁ ଚିନ୍ତିତ ରହିବେ। ବ୍ୟୟ ବୁଦ୍ଧି ହୋଇବ। ବର୍ଷ ଆରମ୍ଭରୁ ରାହୁ , କେତୁଙ୍କର ଅଶୁଭ ଦ୍ରୁଷ୍ଟି ଯୋଗୁ ପରିବାରରେ ଭୂମି, ଜମି, ଗାଡିକୁ ନେଇ ସମସ୍ଯା ଦେଖାଦେବ। ଏ ଦିଗରେ ଅର୍ଥ ବ୍ୟୟ ହୋଇବ। ଧର୍ମ କାର୍ଯ୍ୟରେ ଅର୍ଥ ବ୍ୟୟ କରିବେ। ଏପ୍ରିଲ ମାସ ପର ଠାରୁ ଅଶାନ୍ତି ଓ ସନ୍ତାନ ଚିନ୍ତାରେ ବ୍ୟସ୍ତ ରହିବେ। ମେ ମାସ ପର ଠାରୁ ସ୍ଥିତିରେ ପରିବର୍ତ୍ତନ ହୋଇବ। ପରିବାରରେ ବିବାହ ଆଦି ଶୁଭ କର୍ମର ସମ୍ଭାବନା ରହିଛି। ଆର୍ଥିକ ଅବସ୍ଥାରେ ଉନ୍ନତି ହୋଇବ। ଭାଇ, ଭଉଣୀ ସମ୍ପର୍କୀୟ ମାନେ ଈର୍ଷା ପରାୟଣ ହୋଇବେ। ଦୈନଦିନ କର୍ମ କରିବାକୁ ଇଚ୍ଛା ହୋଇବ ନାହିଁ। ଆଳସ୍ୟତା ଯୋଗୁ ଗୃହ ଗତ କର୍ମରେ ବିଳମ୍ବ ହୋଇବ। ବର୍ଷ ଆରମ୍ଭରୁ ଧର୍ମ କାର୍ଯ୍ୟରେ ମନଯୋଗ ରହିବ। ଭ୍ରମଣ ଯୋଗ ରହିଛି। ସେଥିରେ କ୍ଲେଶ ଭୋଗ ହୋଇବ।

କର୍ମ ବା ଚାକିରୀ: ଚାକିରୀ ବା କର୍ମ କ୍ଷେତ୍ରରେ ସାମାନ୍ୟ ଶିଥିଳତା ଦେଖାଦେବ। ଜାନୁଆରୀ ୨୦ ପରେ କର୍ମ କ୍ଷେତ୍ରରେ କାର୍ଯ୍ୟରେ ବିଳମ୍ବ । ମନ ଅସ୍ଥିରତା ଯୋଗୁ କାର୍ଯ୍ୟରେ ଅବହେଳା ଦେଖାଦେବ। ସମସ୍ତ ବିଡମ୍ବନା ସତ୍ବେ ବୁଦ୍ଧି ବଳରେ କର୍ମ ଗତ ସମସ୍ୟାକୁ ସମାଧାନ କରି ଆର୍ଥିକ ଲାଭ ପାଇପାରିବେ। କର୍ମ କ୍ଷେତ୍ରରେ ଭୟ ଓ ଅନିଚ୍ଛା ଦେଖାଦେବ। ସହକର୍ମୀ ମାନଙ୍କ ଠାରୁ ସହଯୋଗ ପ୍ରାପ୍ତି କରିବେ।

ବ୍ୟବସାୟ: ବ୍ଯବସାୟିକ ଦୃଷ୍ଟି କୋଣରୁ ଏ ବର୍ଷ ମଧ୍ୟମ ସ୍ଥିତି ରହିବ। ପ୍ରତିଦିନିଆ ଆୟ ଉତଥାନ ପତନ ଦେଇ ଗତି କରିବ। କର୍ମଚାରୀ ମାନଙ୍କ ଦ୍ଵାରା ଛୋଟ ମୋଟ ଆର୍ଥିକ ହାନୀ, ଦ୍ରବ୍ୟ କ୍ଷୟର ଯୋଗ ହେଉଅଛି। ଗ୍ରାହକ ଅର୍ଥ ନେଇ ଦେବାରେ ଅବହେଳା କରିବେ। ମାତ୍ର ମେ ମାସ ଶେଷ ପୂର୍ବରୁ ବକେୟା ଅର୍ଥ ଲାଭ କରିବେ।

ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ। ପରିବାରରେ ସୁଖ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରିବେ। ବିଦ୍ୟାର୍ଥୀମାନେ ଚେଷ୍ଟା କରି ମଧ୍ୟ ସଫଳତା ପାଇବାରେ କଷ୍ଟ ହୋଇବ।

ପ୍ରତିକାର:

  1. ତାରିଣୀଙ୍କର ବ୍ରତ କରିବା ଆବଶ୍ୟକ। ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରିବେ।
  2. ପ୍ରତି ମଙ୍ଗଳ ବାର ବାଟ ମଙ୍ଗଳାଙ୍କ ପାଇଁ ପଣା ଦେବେ।

ମକର:

CAPRICORN
ରାଶି ଚିହ୍ନ: Goat ରବି: ପ୍ରାଣ
କ୍ଷେତ୍ର: ଶନି ଚନ୍ଦ୍ର: ମନ
ତତ୍ତ୍ଵ: Earth ବୁଧ: ବୁଦ୍ଧି
ନାଡୀ: Pitta ବୃହସ୍ପତି: ଧର୍ମ
ଗୁଣ: ରଜ୍ଜୋ ଶୁକ୍ର: ପ୍ରେମ
ନକ୍ଷତ୍ର: 21, 22, 23 ଶନି କର୍ମ
ନାମ ଅକ୍ଷର: ବେ, ଜା, ଜୀ, ଜୁ
ଶୁଭ ବାର: ଶୁକ୍ରବାର, ଶନିବାର
ଶୁଭ ତିଥି: ନବମୀ, ଦଶମୀ , ଦ୍ଵାଦଶୀ

ଏ ବର୍ଷର ସ୍ଥିତିରେ ପ୍ରଥମରେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନି ଅଶୁଭ ସ୍ଥିତିରେ ରହିବେ। ମାର୍ଚ୍ଚ ପରେ ବର୍ଷ ଶେଷ ପର୍ଯ୍ୟନ୍ତ ଶନି ଶୁଭ ରହିବେ। ଶୁଭ ଗ୍ରହ ଶୁକ୍ରଙ୍କ ସ୍ଥିତି ଭଲ ରହିବ। ବୃହସ୍ପତି ବର୍ଷ ଆରମ୍ଭ ଠାରୁ ମେ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ଅତି ଶୁଭ ରହିବେ। ମେ ରୁ ଅକ୍ଟୋବର ଅଶୁଭ । ଅକ୍ଟୋବର ଠାରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଶୁଭ , ତା ପର ଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ଅଶୁଭ। ରାହୁ ମେ ୧୮ ପର୍ଯ୍ୟନ୍ତ ଶୁଭ ପରେ ଅଶୁଭ । କେତୁ ମେ ପର୍ଯ୍ୟନ୍ତ ଅଶୁଭ ତା ପର ଠାରୁ ଶୁଭ।

ସ୍ୱାସ୍ଥ୍ୟ: ଏ ବର୍ଷ ମକର ରାଶିକୁ ସ୍ୱାସ୍ଥ୍ୟ ଜନିତ ଛୋଟ ମୋଟ ସମସ୍ଯା ଦେଖାଦେବ।ଗ୍ଯାସ , ପେଟ ସମସ୍ଯା , ମୁଣ୍ଡ ବିନ୍ଧା ,ଥଣ୍ଡା ଜନିତ କାଶ , କଫ ଆଦିର ସମସ୍ଯା ଦେଖାଦେବ। ତଥାପି କର୍ମ ତତ୍ପରତା ରହିବ। ଫୁର୍ତ୍ତି ରହିବେ। ବର୍ଷର ଶେଷ ଭାଗକୁ ସ୍ୱାସ୍ଥ୍ୟ ସମସ୍ଯା କମି କମି ଯିବ। ଦେହ ସୁସ୍ଥ ହୋଇବ। ଦେବ ଭକ୍ତିରେ ମନଯୋଗ ରହିବ।

ପରିବାର: ପାରିବାରିକ ସ୍ଥିତି ବର୍ଷ ଆରମ୍ଭରୁ ବ୍ୟସ୍ତତା ମଧ୍ୟରେ ଗତି କରିବ। ସବୁ ସମୟରେ କାର୍ଯ୍ୟ ଲାଗି ରହିବ। ଗୃହରେ ଛୋଟ ମୋଟ ସମସ୍ୟାରେ ବ୍ୟସ୍ତ ରହିବେ। ମାନସିକ ଅଶାନ୍ତି ଦେଖାଦେବ। କିନ୍ତୁ କର୍ମରେ ଏକାଗ୍ରତା ଯୋଗୁ କୌଣସି ବାଧା ବିଘ୍ନକୁ ଉକ୍ଷେପ କରି ଧୀରେ ଧୀରେ ଅଗ୍ରସର ହୋଇବେ। ସଫଳତା ଲାଭ ହୋଇବ। ମାର୍ଚ୍ଚ ମାସ ପରେ ଶନି ଶୁଭକୁ ଆସିଲେ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ବନ୍ଧୁ ସହଯୋଗ ପ୍ରାପ୍ତ ହୋଇବ। ମେ ମାସ ପର୍ଯ୍ୟନ୍ତ ପରିବାରର ସହଯୋଗ ପ୍ରାପ୍ତ ହେଲେ ମଧ୍ୟ ପଛରେ ପରିବାରର ବ୍ୟକ୍ତିମାନେ ଅପନିନ୍ଦା କରି ପାରନ୍ତି। ଧାର୍ମିକ କାର୍ଯ୍ୟରେ ମନ ବଳିବ। ବର୍ଷ ଆରମ୍ଭରୁ ଶତ୍ରୁ ମାନଙ୍କର ପରାଭବ ଦେଖିବାକୁ ମିଳିବ। ମେ ମାସ ପର୍ଯ୍ୟନ୍ତ ଆୟ ଉତ୍ତମ ରହିବ। ବ୍ୟୟ ଅଧିକ ହୋଇବ। ଏ ସମସ୍ତ ପରିସ୍ଥିତି ମଧ୍ୟରେ ଜୀବନ ଚର୍ଯ୍ୟା ଠିକ ଚାଲିବ। ମାର୍ଚ୍ଚ ମାସ ପରେ ମାନସିକ ଚିନ୍ତା ସତ୍ବେ ଉନ୍ନତି ସମ୍ଭବ ହୋଇବ।

କର୍ମ ବା ଚାକିରୀ: ଚାକିରୀ କ୍ଷେତ୍ରରେ ସବୁ ଠିକ ଠାକ ରହିବ। ଉଚ୍ଚ ପଦସ୍ଥ ଅଫିସରଙ୍କ ସହଯୋଗ ପ୍ରାପ୍ତ ହୋଇବ। ସହକର୍ମୀ ମାନେ ସହଯୋଗ କରିବେ। ଆର୍ଥିକ ଲାଭ ହୋଇବ। ମେ ମାସ ପରେ କର୍ମ କ୍ଷେତ୍ରରେ ପଦୋନ୍ନତି ଓ ସ୍ଥାନନ୍ତରଣର ସ୍ଥିତି ଉତ୍ପନ୍ନ ହେଉ ଅଛି। କର୍ମରେ ବାଧା ଉତ୍ପନ୍ନ ହୋଇବ। ଅକ୍ଟୋବର ପର୍ଯ୍ୟନ୍ତ କର୍ମ କ୍ଷେତ୍ରରେ ସଂଘର୍ଷ କରିବାକୁ ପଡିପାରେ। ଅକ୍ଟୋବର ପର ଠାରୁ ସ୍ଥିତି ଡିସେମ୍ବର ପର୍ଯ୍ୟନ୍ତ ଠିକ ରହିବ। ଆର୍ଥିକ ଲାଭ , ପାରିବାରିକ ଶାନ୍ତି ମିଳିବ।

ବ୍ୟବସାୟ: ଏ ବର୍ଷ ତମାମ ମକର ରାଶିର ବ୍ଯବସାୟିକ ସ୍ଥିତି ମଧ୍ୟମ ଧରଣର ରହିବ। ସବୁ ସମୟରେ ବିବେଚନା ପୂର୍ବକ ଅର୍ଥ ଲଗାଣ ଆବଶ୍ୟକ ହୋଇବ। ଚତୁରତାର ସହ ବ୍ୟବସାୟ କରିବାକୁ ପଡିବ। ଅନ୍ୟ ଉପରେ ଅଧିକ ବିଶ୍ବାସ କଲେ ବ୍ୟବସାୟରେ ଆର୍ଥିକ କ୍ଷତିର ସମ୍ଭାବନା ରହିଛି। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଗ୍ରହ ମାନଙ୍କର ସ୍ଥିତି ଠିକ ହେଉ ନ ଥିବାରୁ ନୂତନ ବ୍ୟବସାୟରେ ଅର୍ଥ ଲଗାଣ ସମସ୍ଯା ପ୍ରଦାନ କରିବ। ଅକ୍ଟୋବର ରୁ ଡିସେମ୍ବର ମଧ୍ୟରେ ଆର୍ଥିକ ଲାଭର ସମ୍ଭାବନା ରହିଛି।

ମକର ରାଶିର ମହିଳାମାନେ ଏକାଗ୍ରତାର ସହ ମନଯୋଗ ଦେଇ କାର୍ଯ୍ୟ କରିବେ। ପାରିବାରିକ ସମସ୍ୟାର ସମାଧାନ କରିପାରିବେ। ବିଦ୍ୟାର୍ଥୀ ମାନେ ପୂର୍ଣ୍ଣ ମନ ଯୋଗ ନ ଦେଲେ ବିଦ୍ୟାରେ ଅସଫଳ ହୋଇବେ।

ପ୍ରତିକାର:

  1. ସୋମବାର, ସଙ୍କ୍ରାନ୍ତି ରେ ଶିବ ଦର୍ଶନ କରି ପୂଜା ଅର୍ଚ୍ଚନା କରିବେ।
  2. ପ୍ରତିଦିନ ନାରାୟଣ ସହସ୍ର ନାମ ସ୍ତୋତ୍ର ପାଠ କରିବେ।

କୁମ୍ଭ:

AQUARIUS
ରାଶି ଚିହ୍ନ: ପୂର୍ଣ୍ଣ କୁମ୍ଭ ରବି: ପ୍ରାଣ
କ୍ଷେତ୍ର: ଶନି ଚନ୍ଦ୍ର: ମନ
ତତ୍ତ୍ଵ: ବାୟୁ ବୁଧ: ବୁଦ୍ଧି
ନାଡୀ: ବାତ୍ତ ବୃହସ୍ପତି: ଧର୍ମ
ଗୁଣ: ତମ ଶୁକ୍ର: ପ୍ରେମ
ନକ୍ଷତ୍ର: 23, 24, 25 ଶନି କର୍ମ
ନାମ ଅକ୍ଷର: ଗୁ, ଗେ, ଗୋ, ସା
ଶୁଭ ବାର: ଶୁକ୍ରବାର, ଶନିବାର
ଶୁଭ ତିଥି: ନବମୀ, ଦଶମୀ , ଦ୍ଵାଦଶୀ

ଏ ବର୍ଷ ଲଗ୍ନାଧିପତି ଶନି ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅତି ଅଶୁଭ ସ୍ଥିତିରେ ରହିବେ। ମାର୍ଚ୍ଚ ମାସ ପର ଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ଅଶୁଭରେ ରହି ଫଳ ପ୍ରଦାନ କରିବେ। ବର୍ଷ ଆରମ୍ଭରୁ ମେ ମାସ ପର୍ଯ୍ୟନ୍ତ ବୃହସ୍ପତି ମଧ୍ୟମ ଶୁଭ। ମେ ମାସ ପର ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ବୃହସ୍ପତି ଅତି ଶୁଭସ୍ଥ ହୋଇ ଗୋଚର କରିବେ। ଅକ୍ଟୋବର ମାସରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ବୃହସ୍ପତି ଅତି ଅଶୁଭ ଓ ବର୍ଷ ଶେଷ ପର୍ଯ୍ୟନ୍ତ ଅଶୁଭ ସ୍ଥିତିରେ ଗୋଚର କରିବେ। ବର୍ଷ ସାରା ରାହୁ ଓ କେତୁ ଅତି ଅଶୁଭ ସ୍ଥିତିରେ ଗୋଚର କରିବେ।

ସ୍ୱାସ୍ଥ୍ୟ: ଚଳିତ ବର୍ଷ ଲଗ୍ନାଧିପତି ଶନି ଲଗ୍ନରେ ଅଶୁଭ ଭାବରେ ଗୋଚର କରିବେ। ଛାୟା ଗ୍ରହ ରାହୁ ଓ କେତୁଙ୍କର ଅଶୁଭ ନ୍ଦୃଷ୍ଟି ଶନିଙ୍କ ଉପରେ ରହିବ। ସ୍ୱାସ୍ଥ୍ୟ ହାନୀର ସମ୍ଭାବନା ରହିଛି। ଛୋଟ ମୋଟ ରୋଗରେ କଷ୍ଟ ଭୋଗ କରିବେ। ବଡ ଧରଣର କୌଣସି ସ୍ୱାସ୍ଥ୍ୟ ଗତ ସମସ୍ୟାର ଯୋଗ ହେଉ ନାହିଁ। ମାତ୍ର ମାନସିକ କଷ୍ଟ, ଦୁଃଚିନ୍ତା, ଉଦାସୀନଭାବ ଦେଖାଦେବ। ଛୋଟ ମୋଟ ଦୁର୍ଘଟଣା ଠାରୁ ସତର୍କ ରହିବା ଆବଶ୍ୟକ। ଥଣ୍ଡା, ଇଉରିନ ଇନଫେକ୍ଶନ ଆଦି ଡିଆଁ ରୋଗର ସମ୍ଭାବନା ରହିଛି।

ପରିବାର: ଚଳିତ ବର୍ଷ ପାରିବାରିକ ଜୀବନ ସ୍ଥିର ରହିବ ନାହିଁ। ଉତଥାନ , ପତନ ଦେଇ ଦୈନଦିନ ଜୀବନ ଚର୍ଯ୍ୟା ଗତି କରିବ। ବିପରୀତ ପରିସ୍ଥିତିରେ ମଧ୍ୟ ସମସ୍ତ ସମସ୍ୟାକୁ ଅତିକ୍ରମ କରି ଉନ୍ନତି ପଥରେ ଅଗ୍ରସର ହୋଇ ପାରିବେ। ଶନି ସପ୍ତାର ର ଅଶୁଭ ପ୍ରଭାବରେ କୁମ୍ଭ ରାଶି ଗତି କରୁଥିବାରୁ ସବୁ ସମୟରେ ଆର୍ଥିକ ଅଭାବ, କାର୍ଯ୍ୟ ରେ ଅସଫଳତା , ସ୍ଵାସ୍ଥ୍ୟର ଚିନ୍ତା ବ୍ୟତି ବ୍ୟସ୍ତ କରିବ। ଅତ୍ୟଧିକ କର୍ମ ର ଚାପ ଯୋଗୁ ନିଜକୁ ଭାରାକ୍ରାନ୍ତ ଅନୁଭବ କରିବେ॥ ଆୟରେ ହ୍ରାସ ହୋଇବ, ବ୍ୟୟରେ ବୃଦ୍ଧି ଯୋଗୁ ଅର୍ଥର ପଥ ଅନ୍ଵେଷଣ କରିବେ। ମଝି ମଝିରେ ପରିବାରରେ କଳହ ଉତ୍ପନ୍ନ ହୋଇବ। ଅଧୟନ କ୍ଷେତ୍ରରେ କୁମ୍ଭ ରାଶିର ଛାତ୍ର ଛାତ୍ରୀ ମାନଙ୍କର ବ୍ୟାଘାତ ଉତ୍ପନ୍ନ ହୋଇବ। ବହୁ ସମସ୍ଯା ସତ୍ତ୍ୱେ ଦୃଢ ମନୋବଳ ସହ ଅଗ୍ରସର ହୋଇପାରିବେ। ମେ ମାସ ପର ଠାରୁ ଆର୍ଥିକ ସ୍ବଚ୍ଛଳତା ଆସିବ। ଆର୍ଥିକ ସ୍ଥିତିରେ ଉନ୍ନତି ଓ ଅର୍ଥ ଲାଭ ହୋଇବ। ଦୈନଦିନ ଜୀବନ ଚର୍ଯ୍ୟାରେ ଆନନ୍ଦର ସହିତ କାର୍ଯ୍ୟ ରତ ରହିବେ। ଉତ୍ତମ ପାରିବାରିକ ସୌଖ୍ୟ ଲାଭ କରିବେ। ସନ୍ତାନ ମାନଙ୍କର ଉନ୍ନତି ଦେଖି ଖୁସି ହେବେ। ଆପଣଙ୍କ ଅଧୀନରେ ଥିବା ଲୋକମାନେ ଆପଣଙ୍କ କଥାରେ ପରିଚାଳିତ ହୋଇବେ। ମନ ପ୍ରଫୁଲ୍ଲ ରହିବ, ଉନ୍ନତି ମୂଳକ କାର୍ଯ୍ୟର ପ୍ରସ୍ତୁତି କରିବେ। ନାନାଦି ସମସ୍ଯା ସତ୍ବେ ସଫଳତା ଅର୍ଜନ୍ନ କରିବେ। ବିଳମ୍ବ ଓ ପରିଶ୍ରମ ଦ୍ଵାରା କାର୍ଯ୍ୟ ରେ ସିଦ୍ଧି ଲାଭ ହୋଇବ।

କର୍ମ ବା ଚାକିରୀ: ଚଳିତ ବର୍ଷ ଆରମ୍ଭରେ କୁମ୍ଭ ରାଶିର ବ୍ୟକ୍ତି ମାନଙ୍କର ଛୋଟ ମୋଟ ସମସ୍ଯା ଦେଖାଦେବ। ଉଚ୍ଚ ପଦସ୍ଥ ଅଫିସର ମାନେ କର୍ମରେ ଚାପ ପକାଇ ରଖିବେ। ଚିନ୍ତା ବୁଦ୍ଧି ହୋଇବ। ଛୋଟ ଛୋଟ କଥାରେ କର୍ମ କ୍ଷେତ୍ରରେ ବଚସା ହୋଇବ। ମେ ମାସ ମଧ୍ୟ ଭାଗ ପର ଠାରୁ ଚାକିରିର ପରିସ୍ଥିରେ ଉନ୍ନତି ହୋଇବ। ସମସ୍ତ ସରକାରୀ କାର୍ଯ୍ୟ ସୁରୁଖୁରୁରେ ଚାଲିବ। ସହକର୍ମୀ ମାନଙ୍କର ସହଯୋଗ, ସହାନୁଭୁତି ପ୍ରାପ୍ତ କରିବେ। କର୍ମରେ ଉନ୍ନତି ହୋଇବ। ବହୁ ସମସ୍ଯା ସତ୍ବେ ସଫଳତା ଲାଭ କରିବେ। ପଦୋନ୍ନତିର ଯୋଗ ରହିଛି।

ବ୍ୟବସାୟ: ଚଳିତ ବର୍ଷ ଆୟାଧୀପତି ଗ୍ରହ ଶତ୍ରୁ ଗୃହ ଗତ ହେଉ ଥିବାରୁ ବର୍ଷ ଆରମ୍ଭରୁ ବ୍ଯବସାୟିକ ସ୍ଥିତି ମାନ୍ଦା ରହିବ। ବହୁ ସମସ୍ୟାର ସମୁଖୀନ ହୋଇବେ। ଅଧିକ ପରିଶ୍ରମ ଦ୍ଵାରା ଅର୍ଥ ରୋଜଗାର କରିବେ। ମଝିରେ ମଝିରେ ଆର୍ଥିକ ଲାଭ ମଧ୍ୟ ହୋଇବ। ଅଧିକ ପରିଶ୍ରମରେ ଲାଭର ଯୋଗ ରହିଛି। ଅନୁକୂଳ ମନୋଭାବ ନେଇ କାର୍ଯ୍ୟ କଲେ ସଫଳ ହୋଇ ପାରିବେ।

ମହିଳାମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ଥାଇ ମଧ୍ୟ ଧର୍ମରେ ମନ ଲଗାଇବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟର ସମ୍ଭାବନା ରହିଛି। ସମସ୍ଯା ସତ୍ବେ ସଫଳତା ଲାଭ କରିବେ। ବିଦ୍ୟାର୍ଥୀମାନେ ଶିକ୍ଷାରେ ମନ ଯୋଗ ଲଗାଇଲେ ସଫଳତା ଲାଭ କରିପାରିବେ।

ପ୍ରତିକାର:

  1. ପ୍ରତିଦିନ କାଉକୁ ରୁଟି ଖାଇବାକୁ ଦେବେ।
  2. ଶନିବାର, ସଙ୍କ୍ରାନ୍ତି ରେ ଶିବ ଲିଙ୍ଗରେ କ୍ଷୀର ଓ କଳା ଖସା ଚଢେଇବେ।

ମୀନ:

PISCES
ରାଶି ଚିହ୍ନ: ଯୋଡି ମାଛ ରବି: ପ୍ରାଣ
କ୍ଷେତ୍ର: ବୃହସ୍ପତି ଚନ୍ଦ୍ର: ମନ
ତତ୍ତ୍ଵ: ଜଳ ବୁଧ: ବୁଦ୍ଧି
ନାଡୀ: କଫ ବୃହସ୍ପତି: ଧର୍ମ
ଗୁଣ: ସତ୍ତ୍ଵ ଶୁକ୍ର: ପ୍ରେମ
ନକ୍ଷତ୍ର: 25, 26, 27 ଶନି କର୍ମ
ନାମ ଅକ୍ଷର: ଦୀ, ଦୁ, ଦା
ଶୁଭ ବାର: ରବିବାର, ସୋମବାର, ଗୁରୁବାର
ଶୁଭ ତିଥି: ତୃତୀୟା, ନବମୀ, ଦ୍ଵାଦଶୀ

ଏ ବର୍ଷ ଆରମ୍ଭରୁ ବୃହସ୍ପତି ମେ ମାସ ପର୍ଯ୍ୟନ୍ତ ଅଶୁଭ ଅବସ୍ଥାରେ ଗମନ କରିବେ। ମେ ପର ଠାରୁ ବୃହସ୍ପତି ଅକ୍ଟୋବର ପର୍ଯ୍ୟନ୍ତ ଶୁଭ ଭାବରେ ଗୋଚର କରିବେ। ଅକ୍ଟୋବର ଠାରୁ ଡିସେମ୍ବର ପର୍ଯ୍ୟନ୍ତ ଅତି ଶୁଭ ଓ ଡିସେମ୍ବର ୪ ରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶୁଭ ରହିବେ। ଶନି ବର୍ଷ ଆରମ୍ଭରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅଶୁଭ ରହିବେ। ମାର୍ଚ୍ଚ ମାସ ପର ଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶନି ଶୁଭ ରହିବେ। ରାହୁ ଓ କେତୁ ବର୍ଷ ସାରା ଅଶୁଭ ଭାବରେ ଗୋଚର କରିବେ।

ସ୍ୱାସ୍ଥ୍ୟ : ଚଳିତ ବର୍ଷ ଆରମ୍ଭରୁ ଲଗ୍ନାଧିପତି ବୃହସ୍ପତି ୩ ୟ ଭାବରେ ଗୋଚର କରୁଥିବାରୁ ଛୋଟ ମୋଟ ସ୍ୱାସ୍ଥ୍ୟ ଗତ ସମସ୍ଯା ରହିବ। କୁ ପୋଷଣ ଯୋଗୁ ସ୍ୱାସ୍ଥ୍ୟ ହାନୀ , ଇନଫେକ୍ଶନ ରେ ପୀଡିତ ହେବାର ସମ୍ଭାବନା ରହିଛି। ଅଜୀର୍ଣ୍ଣ ଗ୍ଯାସରେ ପୀଡିତ ହୋଇବେ। ମାର୍ଚ୍ଚ ମାସ ପର ଠାରୁ ସ୍ଵାସ୍ଥ୍ୟରେ ସୁଧାର ଆସିବ। ଶରୀର ସୁସ୍ଥ ରହିବ। ମନ ପ୍ରଫୁଲ ରହିବ।

ପରିବାର : ଚଳିତ ବର୍ଷ ପାରିବାରିକ ସ୍ଥିତି ମେ ମାସ ପର୍ଯ୍ୟନ୍ତ ଅତି ଅଶୁଭ ରହୁଥିବାରୁ ପରିବାର ନାନାଦି ସମସ୍ଯା ଦେଇ ଗତି କରିବ। ପରିବାରର ବୟୋଜେଷ୍ଠ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଚିନ୍ତା ଦେଖାଦେବ। ଶନି ଓ ରାହୁଙ୍କର ପ୍ରଭାବ ମାର୍ଚ୍ଚ ମାସ ଠାରୁ ଅତ୍ୟନ୍ତ ଅସୁବିଧାର ସମୁଖୀନ ହେବାକୁ ପଡିପାରେ। ଆର୍ଥିକ କ୍ଷତି ହୋଇବେ। ଡାକ୍ତର , ବୈଦ୍ୟରେ ଅର୍ଥ ଖର୍ଚ୍ଚ ହୋଇବ। ପରିବାରରେ ମତାନ୍ତର ଦେଖାଦେବ। ଭୂମି, ଜମି ଆଦି ବିଷୟକୁ ନେଇ ବିବାଦ ଅଧିକ ହୋଇବ। ମାଲି ମକଦ୍ଧମାରେ ପଡିପାରନ୍ତି, କୋର୍ଟ କଚେରୀରେ କେସ ହୋଇପାରେ। ଶୁଭ କାର୍ଯ୍ୟରେ ବିଳମ୍ବ ଘଟିବ। ଭାତୃ ବିବାଦର ଯୋଗ ରହିଛି। ପାରିପାର୍ଶ୍ଵିକ ପ୍ରଭାବ ପଡିବ। ସମ୍ମାନ ହାନୀ ହୋଇବ। ସନ୍ତାନ ମାନଙ୍କ ପାଇଁ ମାନସିକ ଚିନ୍ତା ବୁଦ୍ଧି ହୋଇବ। ସ୍ଵାମୀ, ସ୍ତ୍ରୀ ସମ୍ପର୍କରେ ବିଘ୍ନ ଘଟିବ। ପରିଶ୍ରମ ଦ୍ଵାରା ନିଜର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହୋଇବେ। ଯାନବାହନରେ ସମସ୍ଯା ଦେଖାଦେବ। ପୂର୍ଣ୍ଣ ସତର୍କତା ଅବଲମ୍ବନ କଲେ ଦୈନଦିନ ଜୀବନ ଚର୍ଯ୍ୟା ଠିକ ଚାଲିବ। ଜୀବନ ସମସ୍ଯା ବହୁଳ ହୋଇବ।

କର୍ମ ବା ଚାକିରୀ : କର୍ମ କ୍ଷେତ୍ରରେ ବର୍ଷର ପ୍ରଥମ ଭାଗରେ ଚାକିରୀ କ୍ଷେତ୍ରରେ ଆର୍ଥିକ ସମସ୍ଯା ଦେଖାଦେବ। କର୍ମରେ ଏକାଗ୍ରତାର ଅଭାବରୁ ସମ୍ମାନ ହାନୀ ହୋଇବ। ମନ ଚଞ୍ଚଳ ହୋଇବେ। ଛୋଟ ମୋଟ ଭୁଲ କରି ଅସମ୍ମାନିତହୋଇ ପାରନ୍ତି। ମେ ମାସ ପରେ ରାହୁ ଓ କେତୁ ଚଳନ ଅଶୁଭ ହେବା ପରେ ଚାକିରୀର ସମସ୍ଯା ବଢିବ। ସ୍ୱାସ୍ଥ୍ୟ ଚିନ୍ତା ମଧ୍ୟ ବ୍ୟସ୍ତ କରିବ। ଅଧିକ ପରିଶ୍ରମର ଫଳ କମ ହୋଇବ। କର୍ମ କ୍ଷେତ୍ରରେ ଦୂରକୁ ଗମନ କରିବାକୁ ପଡିପାରେ।

ବ୍ୟବସାୟ : ଚଳିତ ବର୍ଷ ନୂତନ ବ୍ୟବସାୟ ଆରମ୍ଭ କରିବାର କୌଣସି ଶୁଭ ଯୋଗ ହେଉ ନାହିଁ। ବ୍ୟବସାୟର ସ୍ଥିତି ସଂପୂର୍ଣ୍ଣ ରୂପେ ସତର୍କତା ଉପରେ ନିର୍ଭର କରିବ। ଅଧିକ ପରିଶ୍ରମର ଫଳ କମ ହୋଇବ। ଅସତ ବ୍ୟବସାୟୀ ମାନଙ୍କ ସହ ଲେନ ଦେନ କରି ଅସୁବିଧାର ସମୁଖୀନ ହୋଇ ଲାଭ ହରାଇବେ। ବକେୟା ଅର୍ଥ ମିଳିବାରେ ବିଳମ୍ବ ହୋଇବ। ନିଜର ଦକ୍ଷ ଓ ଚତୁରତା ବଳରେ ହିଁ ଲାଭ ବାନ ହୋଇପାରିବେ। ବ୍ୟବସାୟ ଉତଥାନ ଓ ପତନ ଦେଇ ଗତି କରିବ।

ଚଳିତ ବର୍ଷ ମୀନ ରାଶିର ମହିଳାମାନେ ସ୍ୱାସ୍ଥ୍ୟ ଗତ ସମସ୍ୟାର ସମୁଖୀନ ହୋଇବେ। ସ୍ଵାସ୍ଥ୍ୟର ଯଥାଶକ୍ତି ଡାକ୍ତରୀ ମୁଆଇନା କରାଇବା ଆବଶ୍ୟକ ହୋଇବ। ବିଦ୍ୟାର୍ଥୀ ମାନେ ଅଧିକ ପରିଶ୍ରମ ଓ ଏକାଗ୍ରତାରେ ଅଧୟନ କଲେ ବିପଦକୁ ଏଡାଇ ପାରିବେ।

ପ୍ରତିକାର:

  1. ହନୁମାନଙ୍କର ପୂଜା ଅର୍ଚ୍ଚନା କରି, ତାଙ୍କ ସିନ୍ଦୁର ଆଣି ପାଖରେ ରଖିବ। ସବୁ ଦିନ ଗାଧୋଇ ସାରି ମୁଣ୍ଡରେ ଟିପା ଲଗାଇବେ।
  2. ସୋମବାର ଦିନ ଶିବ ମନ୍ଦିରରେ ଦର୍ଶନ କରି କ୍ଷୀର ଓ ବେଲ ପତ୍ର ଚଢାଇବା ଆବଶ୍ୟକ।