ବୃହସ୍ପତି ଚଳନ - ୩୧/୧୦/୨୦୨୬

କାର୍ତ୍ତିକ କୃଷ୍ଣପକ୍ଷ ଶନିବାର ବୃହସ୍ପତି ମଘା ନକ୍ଷତ୍ର ୧ ପାଦ ସିଂହ ରାଶିକୁ ସଂଚାର କରିବେ।

JUPITER Transit in CANCER 2025

ନବ ଗ୍ରହଙ୍କ ମଧ୍ୟରେ ବୃହସ୍ପତି ଏକ ଗ୍ରହ ବୋଲି ବିବେଚିତ ହୁଅନ୍ତି। ବୃହସ୍ପତିଙ୍କୁ ସୌମ୍ୟ ଗ୍ରହ ବୋଲି ବିବେଚନା କରାଯାଏ। ବୃହସ୍ପତିଙ୍କ ଚଳନ ସମୟରେ ଯେଉଁ ରାଶିକୁ ବୃହସ୍ପତି ୨ୟ, ୫ମ ବା ୯ମ ହୁଅନ୍ତି, ସେ ରାଶି ଗୁଡିକ ଧନ, ପୁତ୍ର ଓ ସୌଭାଗ୍ୟ ପ୍ରାପ୍ତି କରିଥାନ୍ତି। ବୃହସ୍ପତିଙ୍କର ଏକ ରାଶିରେ ୧ ବର୍ଷ ୧ ମାସ ସମୟ ଥାଏ। ଚଳିତ ବର୍ଷ ବୃହସ୍ପତି ମଘା ନକ୍ଷତ୍ର ସିଂହ ରାଶିକୁ ଦିନ ୧୨ ଘଣ୍ଟା ୧ ମିନିଟରେ ସଞ୍ଚାର କରିବେ। ସିଂହ ରାଶି ମଘା, ପୂର୍ବା ଫାଲ୍ଗୁନୀ ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ରକୁ ନେଇ ଗଠିତ। ବୃହସ୍ପତି ମଘା ନକ୍ଷତ୍ରର ୧ମ ପାଦକୁ ସଞ୍ଚାର କରିବେ।

  • ମେଷ ରାଶିକୁ ବୃହସ୍ପତି ୫ମ ଭାବ ହେଉଥିବାରୁ ଅତି ଶୁଭ ଫଳ ପ୍ରଦାନ କରିବେ।
  • କର୍କଟ ରାଶିକୁ ୨ ୟ ଭାବ ହେଉଥିବାରୁ ଅତି ଶୁଭ ଫଳ ପ୍ରଦାନ କରିବେ।
  • ତୁଳା ରାଶିକୁ ୧୧ଶ ଭାବ ହେଉଥିବାରୁ ଅତି ଶୁଭ ଫଳ ପ୍ରଦାନ କରିବେ।
  • ଧନୁ ରାଶିକୁ ବୃହସ୍ପତି ୯ମ ଭାବ ହେଉଥିବାରୁ ଅତି ଶୁଭ ଫଳ ପ୍ରଦାନ କରିବେ।
  • କୁମ୍ଭ ରାଶିକୁ ବୃହସ୍ପତି ୭ମ ଭାବ ହେଉଥିବାରୁ ଅତି ଶୁଭ ଫଳ ପ୍ରଦାନ କରିବେ।
  • ମିଥୁନ ରାଶିକୁ ବୃହସ୍ପତି ଅଶୁଭ କିନ୍ତୁ ଚଳନ ସମୟରେ ଚନ୍ଦ୍ର ଶୁଭ ହେତୁ ଶୁଭ ଫଳ ପ୍ରଦାନ କରିବେ।
  • ସିଂହ ରାଶିକୁ ବୃହସ୍ପତି ଅଶୁଭ କିନ୍ତୁ ଚଳନ ସମୟରେ ଚନ୍ଦ୍ର ଶୁଭ ହେତୁ ଶୁଭ ଫଳ ପ୍ରଦାନ କରିବେ।
  • କନ୍ୟା ରାଶିକୁ ବୃହସ୍ପତି ଅଶୁଭ କିନ୍ତୁ ଚଳନ ସମୟରେ ଚନ୍ଦ୍ର ଶୁଭ ହେତୁ ଶୁଭ ଫଳ ପ୍ରଦାନ କରିବେ।
  • ମକର ରାଶିକୁ ୮ମ ବୃହସ୍ପତି ଅଶୁଭ କିନ୍ତୁ ଚଳନ ସମୟରେ ଚନ୍ଦ୍ର ଶୁଭ ହେତୁ ଶୁଭ ଫଳ ପ୍ରଦାନ କରିବେ।
  • ମେଷ ଓ ଧନୁ ରାଶିକୁ ବୃହସ୍ପତି ଓ ଚନ୍ଦ୍ର ଉଭୟ ଶୁଭ ହେତୁ ଅତି ଶୁଭ ଫଳ ପ୍ରଦାନ କରିବେ।

ଚଳନ ସମୟରେ ୧୨ ଟି ରାଶି ପ୍ରତି ପ୍ରଭାବ।

Aries ମେଷ: ବୃହସ୍ପତି ଚଳନରେ ମେଷ ରାଶିକୁ ଚନ୍ଦ୍ର ଓ ବୃହସ୍ପତି ଉଭୟ ଶୁଭ ଥିବାରୁ ସ୍ୱାସ୍ଥ୍ୟ ଦିଗରେ ଶୁଭ। ୫ମ ରେ ଥାଇ ଜ୍ଞାନର ଉଦୟ , କର୍ମ କ୍ଷେତ୍ରରେ ପଦୋନ୍ନତି, ବ୍ୟବସାୟରେ ଲାଭ, ପରିବାରରେ ଶାନ୍ତି, ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଓ ସୁଖ ପ୍ରଦାନ କରିବେ।

TAURUSବୃଷ: ବୃହସ୍ପତି ଚଳନରେ ବୃଷ ରାଶିରେ ୪ର୍ଥ ବୃହସ୍ପତି ଅଶୁଭ। ଚନ୍ଦ୍ର ଅଶୁଭ ହେତୁ ଅତି ଅଶୁଭ ଫଳ ପ୍ରଦାନ କରିବେ। ଶରୀର ଅସୁସ୍ଥ ରହିବ, ଯାନବାହାନରେ ସମସ୍ଯା ଦେଖାଦେବ। ଭୂମି, ଜମିବାଡିରେ ବିବାଦ, ଆର୍ଥିକ ସମସ୍ଯା ମାନ ଦେଖାଦେବ। ବିଦ୍ୟାରେ ଅସଫଳ ହେବାର ଯୋଗ ରହିଛି।

GEMINIମିଥୁନ: ବୃହସ୍ପତି ଚଳନ ସମୟରେ ୩ୟ ବୃହସ୍ପତି ଅଶୁଭ ଥାଇ ଚନ୍ଦ୍ର ଶୁଭ ହେତୁ ସମଫଳ ପ୍ରଦାନ କରିବେ। ପରିବାରରେ ଶୁଭ କର୍ମରେ ବ୍ୟାଘାତ ଉତ୍ପନ୍ନ ହୋଇବ। ଧର୍ମ କାର୍ଯ୍ୟରେ ମନ ବଳିବ ନାହିଁ। ବନ୍ଧୁ ମାନଙ୍କ ସହିତ ଅଶାନ୍ତି ଦେଖାଦେବ। ଶରୀରରେ ଛୋଟ ମୋଟ ପୀଡା ଦେଖାଦେବ।

Cancerକର୍କଟ: ବୃହସ୍ପତି ଚଳନ ସମୟରେ ବୃହସ୍ପତି ଓ ଚନ୍ଦ୍ର ଉଭୟ ଶୁଭ ରହୁଥିବାରୁ ଅତି ଶୁଭ ଫଳ ପ୍ରଦାନ କରିବେ। ୨ୟରେ ବୃହସ୍ପତି ଗୋଚରରେ ଧନଧାନ୍ୟରେ ଉନ୍ନତି ଓ ଅର୍ଥ ଲାଭ ହୋଇବ। ସ୍ୱାସ୍ଥ୍ୟ ଠିକ ରହିବ। ମନ ପ୍ରଫୁଲ ରହିବ। ଚାକିରୀ କ୍ଷେତ୍ରରେ ଅର୍ଥ ଲାଭ ହୋଇବ। ସନ୍ତାନ ମାନଙ୍କର ଉନ୍ନତି ଲାଭ ହୋଇବ।

Leoସିଂହ: ବୃହସ୍ପତି ଚଳନ ସମୟରେ ସିଂହ ରାଶିରେ ବୃହସ୍ପତି ଅଶୁଭ ଥାଇ ଚନ୍ଦ୍ର ଶୁଭ ଥିବାରୁ ସମଫଳ ପ୍ରଦାନ କରିବେ। କର୍ମ କ୍ଷେତ୍ରରେ ସ୍ଥାନନ୍ତରଣର ଯୋଗ ରହିଛି। ଆର୍ଥିକ ସ୍ଥିତି ମଧ୍ୟମ ଧରଣର ହୋଇବ। ପରିବାରରେ ବିବାଦ ଦେଖାଦେଇପାରେ। ସନ୍ତାନ ମାନେ ବିଦ୍ୟା ଅଧୟନ ପାଇଁ ବାହାରକୁ ଯାଇ ପାରନ୍ତି।

Virgoକନ୍ୟା: ବୃହସ୍ପତି ଚଳନ ସମୟରେ ବୃହସ୍ପତି ଅଶୁଭ ଥାଇ ଚନ୍ଦ୍ର ଶୁଭ ଥିବାରୁ ସମଫଳ ପ୍ରଦାନ କରିବେ। ବିଭିନ୍ନ ଦିଗ ଦେଇ ଅର୍ଥ ଖର୍ଚ୍ଚ ହୋଇବ। ସନ୍ତାନ ମାନଙ୍କ ପାଇଁ ଅର୍ଥ ବ୍ୟୟ ହୋଇବ। ସ୍ୱାସ୍ଥ୍ୟ ଗତ ସମସ୍ଯା ଦେଖାଦେଇପାରେ। ଶତ୍ରୁ ମାନେ ହଇରାଣରେ ପକାଇ ଦେଇ ପାରନ୍ତି। ତେଣୁ ସତର୍କତା ଆବଶ୍ୟକ।

Libraତୁଳା: ବୃହସ୍ପତି ଚଳନ ସମୟରେ ତୁଳା ରାଶିକୁ ୧୧ ଶ ବୃହସ୍ପତି ଶୁଭ ଥାଇ ଚନ୍ଦ୍ର ଶୁଦ୍ଧି ହେତୁ ଅତି ଶୁଭ ଫଳ ପ୍ରଦାନ କରିବେ। ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହୋଇବ। ବିଭିନ୍ନ ଦିଗରୁ ଅର୍ଥ ଲାଭ ହୋଇବ। ପିତୃ ଶ୍ରେଣୀୟ ଲୋକଙ୍କ ଠାରୁ ଲାଭବାନ ହୋଇବେ। ସନ୍ତାନ ମାନେ ଭଲ କାର୍ଯ୍ୟରେ ମନ ଦେବେ। ସରକାରୀ ସ୍ତରରୁ ଲାଭବାନ ହୋଇପାରିବେ।

Scorpioବିଛା: ବୃହସ୍ପତି ଚଳନ ସମୟରେ ବିଛା ରାଶିକୁ ୧୦ମ ବୃହସ୍ପତି ଅଶୁଭ ଥାଇ ଚନ୍ଦ୍ର ଚଳନେ ଅଶୁଭ ହେତୁ ଅତି ଅଶୁଭ ଫଳ ପ୍ରଦାନ କରିବେ। କର୍ମ କ୍ଷେତ୍ରରେ ଅସଫଳତା ଦେଖାଦେବ। ପରୀକ୍ଷାରେ ପରିଶ୍ରମ କରି ମଧ୍ୟ ଫଳ କମ ହୋଇବ। ସରକାରୀ ସ୍ତରରେ ହେବାକୁ ଥିବା କାର୍ଯ୍ୟରେ ବିଘ୍ମ ଉତ୍ପନ୍ନ ହୋଇବ। ମସ୍ତକରେ ପୀଡା ଅନୁଭବ ହୋଇବ। ତେଣୁ ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଚଳନ ପରେ ଗୁରୁବାରରେ ପାଚିଲା କଦଳୀ , ହଳଦୀ, ବୁଟଡାଲି , ହଳଦିଆ ବସ୍ତ୍ର ଦାନ ସହ ଗ୍ରହ ପୀଡା କରାଇବା ଆବଶ୍ୟକ।

Sagittariusଧନୁ: ଧନୁ ରାଶିର ବ୍ୟକ୍ତି ମାନଙ୍କ ପାଇଁ ବୃହସ୍ପତି ଶୁଭ ଓ ଚନ୍ଦ୍ର ଚଳନେ ଚନ୍ଦ୍ର ଅଶୁଭ ହେତୁ ସମଫଳ ପ୍ରଦାନ କରିବେ। ସରକାରୀ କ୍ଷେତ୍ରରୁ ସହଯୋଗ ଲାଭ ହୋଇବ। ଦେବତା ଭକ୍ତିରେ ମନଯୋଗ ରହିବ। ମନରେ ବ୍ରାହ୍ମଣ ପ୍ରତି ବିଦ୍ଵେଷ ଉତ୍ପନ୍ନ ହୋଇବ। ସନ୍ତାନ ମାନେ ଅମାନିଆ ହୋଇବେ। କେତେକ କ୍ଷେତ୍ରରୁ ଅର୍ଥ ଲାଭ ହୋଇବ। କଥାରେ ଚତୁରତା ଯୋଗୁ ଅନ୍ୟ ମାନଙ୍କ ଠାରୁ ସହାନୁଭୁତି ଲାଭ କରିପାରିବେ।

CAPRICORNମକର: ବୃହସ୍ପତି ଚଳନ ସମୟରେ ମକର ରାଶିକୁ ବୃହସ୍ପତି ଅଶୁଭ ଥାଇ ଚନ୍ଦ୍ର ଚଳନ ସମୟରେ ଚନ୍ଦ୍ର ଶୁଦ୍ଧି ହେତୁ ସମଫଳ ପ୍ରଦାନ କରିବେ। ଛୋଟ ମୋଟ ରୋଗ ପୀଡା ଦେଖାଦେବ। ମୁଣ୍ଡ ବିନ୍ଧାରେ କଷ୍ଟ ହୋଇବ। ସରକାରୀ କ୍ଷେତ୍ରରେ ଲାଭର ପରିମାଣ କମିବ। ହୋଇଥିବା କାର୍ଯ୍ୟରେ ମଧ୍ୟ ଫଳ ପ୍ରାପ୍ତିରେ ବିଳମ୍ବ ହୋଇବ।

AQUARIUSକୁମ୍ଭ: ବୃହସ୍ପତି ଚଳନ ସମୟରେ ରାଶିରେ ବୃହସ୍ପତି ଶୁଭ ଥାଇ ଚନ୍ଦ୍ର ଚଳନ ସମୟରେ ଚନ୍ଦ୍ର ଶୁଦ୍ଧି ହେତୁ ଅତି ଶୁଭ ଫଳ ପ୍ରଦାନ କରିବେ। ବ୍ୟବସାୟରେ ଲାଭବାନ ହୋଇପାରିବେ। ପରିବାରରେ ଶାନ୍ତି ରହିବ। ସନ୍ତାନ ମାନେ ଉନ୍ନତି କରିବେ। ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଉତ୍ତମ ରହିବ। ସରକାରୀ ସ୍ତରରେ ଲାଭବାନ ହୋଇବେ। କର୍ମ ତତ୍ପରତା ବୃଦ୍ଧି ହୋଇବ।

PISCESମୀନ: ମୀନ ରାଶିର ବ୍ୟକ୍ତି ମାନଙ୍କ ପାଇଁ ବୃହସ୍ପତି ଚଳନେ ବୃହସ୍ପତି ଅଶୁଭ। ଚନ୍ଦ୍ର ଚଳନେ ଚନ୍ଦ୍ର ଅଶୁଭ ହେତୁ ବୃହସ୍ପତି ଅଶୁଭ ଫଳ ପ୍ରଦାନ କରିବେ। ପେଟରେ ଯନ୍ତ୍ରଣା, ରୋଗ ଶତୃ ହୋଇବ। ବିଭିନ୍ନ ଦିଗ ଦେଇ ଅର୍ଥ ଖର୍ଚ୍ଚ ହୋଇବ। ପରିବାରରେ ଅଶାନ୍ତି ଓ କଳହ ଦେଖାଦେବ। ସନ୍ତାନ ମାନେ ମନ ମୁତାବକ କାର୍ଯ୍ୟ କରିବେ। ଅଧିକ ପରିଶ୍ରମର ଫଳ କମ ହୋଇବ। ଅର୍ଥ ହାନୀର ଯୋଗ ରହିଛି।

ପ୍ରତିକାର:

  1. ହଳଦିଆ ଦ୍ରବ୍ୟ ଗୁରୁବାର ଦିନ ଦାନ କରିବେ।
  2. ଚଳନ ଦିନ ହଳଦିଆ ଭାତ ଖାଇବେ।
  3. ଗୁରୁଜନ ମାନଙ୍କୁ ପ୍ରଣାମ କରିବେ।
  4. ଗ୍ରହ ଶାନ୍ତି ପୂଜା କରାଇବେ।